STORYMIRROR

Anam Charan Sahoo

Abstract Others

3  

Anam Charan Sahoo

Abstract Others

ମିତ

ମିତ

1 min
267


ବୃକ୍ଷରାଜିରେ ଧରା ଶୋଭିତ

ହୁଏ ଜଗତ ମିତ

ଡାକି ଆଣଇ ବର୍ଷା ରାଣୀକୁ

ଗାଇ ପ୍ରୀତିର ଗୀତ।

ନୀଳ ସାଗର ଲହରୀ ମାଳ

ଆନନ୍ଦେ ଯାଏ ଖେଳି

ଜୀବ ଜଗତ ପ୍ରେମ ପ୍ଲାବିତ

ହସଇ ଭାତ ଥାଳି।

ଉଦ୍ଭିଦ ବିନା ଏହି ମହୀରେ

ବିପଦ ଆସେ ମାଡି

ଓଜୋନ ସ୍ତର ହୁଅଇ କ୍ଷୟ

ଅଚଳ ଜୀବ ଗାଡ଼ି।

ମଉଳି ଯାଏ ଜୀବନ କେତେ

ଅକାଳେ ଘୋଟେ କାଳ

ମରୁଭୂମିର କରାଳ ରୂପ

ନମାନେ ବୃଦ୍ଧ ବାଳ।

ସଚେତନର ବାରତା ବିଶ୍ୱେ

ଆମେ ପ୍ରସାର କରି

ଫେରାଇ ଦେବା ମୂଳ ସୌନ୍ଦର୍ଯ୍ୟ

କଷ୍ଟକୁ ଦିନେ ହରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract