ମିତ
ମିତ
ବୃକ୍ଷରାଜିରେ ଧରା ଶୋଭିତ
ହୁଏ ଜଗତ ମିତ
ଡାକି ଆଣଇ ବର୍ଷା ରାଣୀକୁ
ଗାଇ ପ୍ରୀତିର ଗୀତ।
ନୀଳ ସାଗର ଲହରୀ ମାଳ
ଆନନ୍ଦେ ଯାଏ ଖେଳି
ଜୀବ ଜଗତ ପ୍ରେମ ପ୍ଲାବିତ
ହସଇ ଭାତ ଥାଳି।
ଉଦ୍ଭିଦ ବିନା ଏହି ମହୀରେ
ବିପଦ ଆସେ ମାଡି
ଓଜୋନ ସ୍ତର ହୁଅଇ କ୍ଷୟ
ଅଚଳ ଜୀବ ଗାଡ଼ି।
ମଉଳି ଯାଏ ଜୀବନ କେତେ
ଅକାଳେ ଘୋଟେ କାଳ
ମରୁଭୂମିର କରାଳ ରୂପ
ନମାନେ ବୃଦ୍ଧ ବାଳ।
ସଚେତନର ବାରତା ବିଶ୍ୱେ
ଆମେ ପ୍ରସାର କରି
ଫେରାଇ ଦେବା ମୂଳ ସୌନ୍ଦର୍ଯ୍ୟ
କଷ୍ଟକୁ ଦିନେ ହରି।
