ମିଛ
ମିଛ
ମିଛ ମିଛ ଏଠି ମିଛ ଏ ମଣିଷ
ଭଲ ପାଇବା ତା ମିଛ
ମିଛ କଥା କହି ଗଢୁଛି ସମ୍ପର୍କ
ସପନ ଦେଖାଏ ମିଛ ।
ମିଛରେ ଆପଣା ପଣକୁ ଦେଖାଏ
କଥା କହୁଥାଏ ମିଛ
ମିଛ କଥା କହି ମନ ନିଏ ମୋହି
ଶପଥ ବି ତାର ମିଛ ।
ବାହାରକୁ ଯାହା ଦେଖାଯାଏ ସିଏ
ଭିତରେ ନ ଥାଏ ସତ
ଛଳନା କପଟ ହୃଦୟଟା ଭରା
ମିଥ୍ୟେ କରେ କରାଗତ ।
ହିଂସା ଅହଂକାର ଈର୍ଷା ପରାୟଣ
ସତ ଥାଏ ଲୁକ୍କାୟିତ
ମିଛଟାରେ ଖାଲି ଭଲେଇ ହେଇ ସେ
ପଛରୁ ମାରଇ ନାତ ।
ମିଛ ଛଳନାରେ ଲୁହରେ ଗାଧାଏ
ଅଭିନୟ ସତ ଥାଏ
ଏମିତିକା ମିଛ ପ୍ରେମେ ଯିଏ ଫସେ
ଏକା ଥରକେ ସେ ଯାଏ ।
ବିଶ୍ୱାସ ପଣର ମିଛ ବାହାନାରେ
ଭରା ଥାଏ ଅବିଶ୍ବାସ
ଉପରେ ଅମୃତ ବୋଳା କଥା କହି
ପିଆଇ ଦିଏ ସେ ବିଷ ।
ସରଳ ନିରୀହ ଅନେକ ମଣିଷ
ସେ ମିଛରେ ପଡି ଯାନ୍ତି
ସତ୍ୟ ଆସି ଗଲେ ଲହୁ ଲୁହେ ସିଏ
ଜଳି ଜଳି ମରୁ ଥାନ୍ତି ।
ମିଛ ପ୍ରେମ ଜାଲେ ଶକ୍ତ ଧୋକା ଖାଇ
ବିତୃଷ୍ଣାରେ ସଢେ ସିଏ
ନିଜର ପ୍ରେମକୁ ସତ୍ୟ କରିବାକୁ
ନିଜକୁ ସେ ଜାଳୁଥାଏ ।
ଦୁନିଆଟା ମିଛ ସମ୍ପର୍କ ବି ମିଛ
ନିଜର ହେବା ବି ମିଛ
ମିଛରେ ମିଛରେ ସମ୍ପର୍କ ବଢଇ
ହୃଦୟଟା ଥାଏ ତୁଛ ।
କାହାରି ପାଖରେ ସତ୍ୟତା ନ ଥାଏ
ସତ ଖୋଳପାରେ ମିଛ
ମିଛର ମଣିଷ ମିଛରେ କାନ୍ଦଇ
ସହାନୁଭୂତି ବି ମିଛ ।
