ମିଛ ହୁଏ ଅମୃତ ପ୍ରେମର
ମିଛ ହୁଏ ଅମୃତ ପ୍ରେମର
ଥରଟିଏ ଦେଖାରେ ତୁମର
ପାଦ ମୋ ଅଟକି ଯାଏ
ତୁମର ସେ ଗୋଲାପୀ ଓଠକୁ
ପାଗଳ ପରି ଚୁମିବାକୁ
ଇଚ୍ଛା ହୁଏ ।
ତୁମେ ଯେବେ ଛୁଇଁ ଯାଅ
ମୋର ବ୍ଯସ୍ତ ଶରୀରକୁ
ଅଙ୍ଗେ ମୋର ସୃଷ୍ଟି ହୁଏ
ଶତ ବିଜୁଳି ଚମକ
ମୋ ଦେହର ଗରମ ଲହୁ
ଢେଉ ଭାଙ୍ଗେ
ହୃଦୟର ସମୁଦ୍ର ଭିତରେ ।
ତୁମେ ଚାଲିଗଲେ ଦୂରେ
ପାଦ ତଳ ମାଟି ମୋର
ଖସି ଖସି ଯାଏ
ଭାସିଆସେ ଅମାନିଆ ବନ୍ୟା
ଋତୁ ଚକ୍ର ବଦଳିଯାଏ ମୋର
ଆକସ୍ମିକ ବନ୍ଦ ହୋଇଯାଏ
ପୃଥିବୀର ପରିକ୍ରମଣ
ଦିନଟା ବଦଳି ଯାଏ
ଅମାବାସ୍ୟାର ଅନ୍ଧକାରରେ
ଆବର୍ତ୍ତନ ସ୍ଥିର ହୋଇଯାଏ ।
ତୁମ ପ୍ରୀତିମୟ କଥାରେ
ସକାଳ ମୋ ସଜେଇ ହୁଏ
ଗୋଲାପ ଫୁଲରେ
ଠିକ୍ ସେତେବେଳେ
ଶଙ୍ଖ ବାଜେ ମନ୍ଦିର ଭିତରେ
ଘଣ୍ଟି ଶୁଭେ ଚର୍ଚ୍ଚ ର ଚୁଡାରୁ
ନମାଜ ର ଗୁଞ୍ଜରଣ ଭାସିଆସେ
ମସଜିଦ ର ଡ଼ାକବାଜି ଯନ୍ତ୍ତରୁ ।
ତୁମ ଓ ମୋ ସମ୍ପର୍କର କଥା
ଯେତେବେଳେ ପ୍ରଚାରିତ ହୁଏ
ଆମ ଗାଆଁ ଠାରୁ ସହର ଯାଏଁ
ସ୍ବାର୍ଥପର ଦୁନିଆଁର
ସ୍ବାର୍ଥୀ ଗୋଷ୍ଠୀ ସବୁ
ଗୀତ ଗାଇଥାଆନ୍ତି
ଶାଶ୍ବତ ପ୍ରେମରେ
କଳା ବୋଲିଦେଇ
କଳଙ୍କିତ ଇତିହାସ ତୁମର ମୋହର
ଆଉ
ମିଛ ହୁଏ ଅମୃତ ପ୍ରେମର ।