STORYMIRROR

Hitesh Mohapatra

Romance Tragedy Classics

4  

Hitesh Mohapatra

Romance Tragedy Classics

ମିଛ ଅଭିମାନ

ମିଛ ଅଭିମାନ

1 min
276

ତୁ କହିଥିଲୁ

ଯେବେ ମୁଁ ଛାଡିବାକୁ ଥିବି ଘର

ଅଟକେଇବ ମତେ ପ୍ରତି ଥର

ଏହା ମୋର ଅଭିମାନ

ସତ ମାନି ନେବ ନାହିଁ

ପ୍ରିୟା ମୋର ।


ତତେ, ଅଟକେଇଛି

ମୁଁ ବାର ବାର

ସମୟ ର ତାଳେ ତାଳେ

ତୋର ଏହି ବ୍ୟବହାର

ଅଭିମାନ ପରିବର୍ତ୍ତେ

କଷ୍ଟ ଦେଇଛି ମୋତେ ଅନେକ ଥର।


ତଥାପି, ତୋ ମନ ରଖିବା ପାଇଁ

କରିଥିଲି ଅନେକ ପ୍ରୟାସ

ଶେଷକୁ ମୁଁ ଥକି ଯାଇଥିଲି

ଆଉ ପାଇଥିଲି ମୁଠାଏ ନିରାଶ।


ତୁ କେବେ ଏହା ଜାଣି ନ ପାରିଲୁ

ଅଭିମାନ ଭଲ ଲାଗେ, କେବେ କେବେ

ବାରମ୍ବାର ଅଭିମାନ

ରୂପ ନେଇଥାଏ , ଏକ ଜଘନ୍ୟ ଚରିତ୍ରର।


ପ୍ରଥମ ଥର, ଗଲୁ ତୁ ଯେବେ

ଚାହିଁ ବସିଥିଲି

ତୋ ଆସିବା ବାଟକୁ

ମନର ଆଖିରେ ରହୁଥିଲା ଶୋଷ

ତତେ ଥରେ ଦେଖିବାକୁ ।


ଦୂତୀୟ ଥର, ତୃତୀୟ ଥର ଚତୁର୍ଥ ଥର

ଏପରି ବାରମ୍ବାର

ଯେବେ ତୁ କରିଲୁ ପୁନରାବୃତ୍ତି

ମରିଗଲା ମୋର ଶୋଷ

ଆଉ, ଜନ୍ମିଲା ତୋ ପ୍ରତି

ଏକ ତିକ୍ତ ଅନୁଭୂତି।


ଜାଣିଥିଲା ମନ

ଆଉ କହୁଥିଲା ଭି

ଅଟକାଇଦେ ତାକୁ

କେଜାଣି କେମିତି ଆତ୍ମାରୁ ଏକ

ସ୍ୱର ସୁଭିଲା, କହିଲା ଥାଉ

ଡାକ ପକାନି, ଏ ଥର।


ତୁ ଚାଲିଗଲୁ,

ଥରେ ଭି ଦେଖିଲୁ ନାହିଁ, ବୁଲିକି

ମୁଁ , ଆଶ୍ଚର୍ଯ୍ୟ ହୋଇ ରହି ଗଲି

ଭାବି, ଆଜି ଯାଏଁ

ନିଜ କୁ ମୁଁ କଣ ଠକୁ ଥିଲି କି ।


ଅଭିମାନ ର ପ୍ରଲେପ ଦେଇ

କରିଲୁ ଅନେକ ନାଟକ

ଆଜି ବୋଧେ ବୁଝି ପାରୁଥିବୁ

ନାୟିକାର ଚରିତ୍ର ଖୋଜୁ ଖୋଜୁ 

ରହିଗଲୁ ହୋଇ ଏକ ଖଳନାୟକ।


Rate this content
Log in

Similar oriya poem from Romance