STORYMIRROR

Brajamohan Meher

Romance Others

4  

Brajamohan Meher

Romance Others

ମହରସ୍ ମଧୁର ତୋର ନାଁ

ମହରସ୍ ମଧୁର ତୋର ନାଁ

1 min
0

ବିରଖିତିଆ ଜିମନର କୁରାନେ ମହରସ୍‌ ମଧୁର ତର୍‌ ନାଁ ଆଗକିରା ବାଗି ସନନନ ଗା...(ତୁଇ) ମୁଇଁ ତ ଫାରିଅଛେଁ ଆଁ। ସପନର ନଏଦ ଖଁଡ଼ି ବସିଛେଁ ଦେଖୁଛେଁ ତର୍‌ ହୁରୁଦର ଡଂଗା ପାରି କରିଦେ ସତର ଖଏଁଡ଼କେ ତର୍‌ ଡଂଗା ଭିତରେ ଛନେ ସଂଗା। ହିଁସ୍‌ କି ରିସ୍‌ ମକେ କରିଛୁ ବିଷପିତା କରୁଛୁ ମର୍‌ ନାଆଁ ବିଷ୍‌ ନେଇଁ ବିଶଲ୍ୟକରଣୀ ଭାବିଦେ ରେ ମର୍‌ ଛୁଆଁ। ସିଗସିଗା କେଚକେଚା ଭାବି କେଁ ମକେ ରେ ଦଉଛୁ ଅଡ଼ି ମହକେଲ ଫଲ କାଏଁ ନୁରୁଛୁ ମହକିଆ ମନକେ ମର୍‌ ଛାଡ଼ି। ହୁରୁଦର ଉଦବତି ଜଲୁଛେ ଜାନୁଛୁ ଧୁଆଁ କାହାର ଲାଗି ନୁରୁଛୁ ଯେନତାଟା ସେ ଭାଏଲ୍‌ ମିରଚା ଧୁଆଁଥି ଦେବା ପାଗି। ଏକ ଦିନ ସତମିଛ ଜାନବୁ ଗା _ଏଜ୍‌ ସିନା ରୂପର ମଁଦେ ଅଂଧା ହେଇଛେ ତୋର ହୁରୁଦର ଆଏଁକ୍‌ ନେଇଁ ସମଝେ ମର୍‌ ଅଂତରର କଂଦା।। ---------- ସଂଗା=ରଖ୍‌, (କୋଶଲୀ କବିତା-ପୁରନା ଲେଖା) ବ୍ରଜମୋହନ ମେହେର


Rate this content
Log in

Similar oriya poem from Romance