STORYMIRROR

Brajamohan Meher

Others

4  

Brajamohan Meher

Others

ପେରେମର ଗୀତ

ପେରେମର ଗୀତ

1 min
9

ତୋର ଆଁଖି ମୋର ଆଁଖି ଦୁଇ ଦୁଇ ଚାରି ଆଁଖି ଆ' ରେ ସଖି! ଗୁଟେକରି ନେମା ତୋର ଇସ୍‌ତାର ମୋର ଇସ୍‌ତାର ବଲାବଲି କିଛୁ ନେଇଁ ଗୁଲାମୁଲା ଗୁଟେ ହେଇଯିମା। ଦିନ ଆରୁ ରାଏତ୍‌ ଭିରି ଗୁଟେ ଦିନ ହେଲାବାରି ଶିରିହରି କରିବସୁଁ ଆ ଆନଭିନ କେତେକେତେ ବରାବଛା ଆରୁ ହେତେ ନାଇଁକରି ଏକାସାରି ପଢ଼ୁଁ ଅ-ଆ। ଦୁଖସୁଖ ମିଲାମିଲି ଜିମନ ବଲି ଗୁଟେ ଜୁଲି କାଂଦି ଆରୁ ହଁସି ଏକା ସାର୍‌ ଲୁହୁ ପୁଛି ହଁସିଦେମା ହଁସେଇ ଦେମା ମୁଲୁର୍‌ ମୁଲୁର୍‌ ଯେତେ ସାଁକୁର୍‌ ହେଇଯିବା ଉସାର୍‌। ବିନାପାନିର୍‌ ମାଚ୍‌ କାହିଁ ବିନ୍‌ମାଟିର ପତର କାହିଁ ବିନ୍‌ ପେରେମର କାହିଁ ଅଛେ ମାନେ (ମାନେ =ମୁନୁସ୍) ବିନ୍‌ଉକିଆର ଦିନ କାହିଁ ବିନ୍‌ ଅଂଧାରର ରାଏତ୍‌ କାହିଁ ଥିଲେ ହେଲେ କାହିଁ ତା'ର୍‌ ମାନେ! ଖିର୍‌ ନୀର୍‌ ଗୁଟେ ଜୁଲି ହେଇଗଲେ ଗୁଲାଗୁଲି ଖୁଲାଖୁଲି ନେଇଁହିଏ ବାରି ତୁଇ ମୁଇଁ ଭିନ୍‌ ବଲି କହୁଥିମୁ କେତେଦିନ୍‌ ନେଇଁଭାବୁଁ ଆରୁ ପରର ବାରି। (ବାରି=ବାଗି, ଭଲିଆ) ସରଗ ଆରୁ କେନେ ନେଇଁ ନରକ ଆରୁ କେନେ ନେଇଁ ସଏତ ଯୁଗ କଲି ଯୁଗ ଇନେ ଦେବତା ଆରୁ ନେଇଁ କେନ୍‌ଲ ଅସୁର୍‌ ବଲି ନେଇଁ ହେ'ଲ ଇ'ଲ ଅଛେ, ଅଛେ ଇ' ଭୁଇଁନେ। ଆ ସଜନି! ମନଜାନି! ନାଇଁଜାନୁ ଜାନି ଜାନି ଜାନି ଜାନି ନେଇଁ ଦେ' ନା ଟିଆ ପୀରତି ଶଁଖର ଦିଶା ଦେଖ୍‌ ଦଶ ଦିଶା ମେସାମେସି ଫୁର୍‌ ଫୁର୍‌ ନାଚୁଛେ ଚଟିଆ। ------------------------------------------------ (କୋଶଲୀ ଭାଷାର ଗୁଟେ ପୁରନା ଲେଖା)


Rate this content
Log in