STORYMIRROR

Brajamohan Meher

Others

4  

Brajamohan Meher

Others

ଲଡ଼ବଡ଼ି ଯଉଛେ ମୋର ଡଂଗା

ଲଡ଼ବଡ଼ି ଯଉଛେ ମୋର ଡଂଗା

1 min
20


ଲଡ଼ବଡ଼ି ଯଉଛେ ମୋର ଡଂଗା 

ଆରୁ ନେଇଁ ପାରୁଛେଁ ସଂଭାଲି 

ଦେଖଲାବେଲକେ କେତେ ଧୁର ଆର ଖଁଡ଼ି 

ଆରୁ କେନତା ହେଇ ପାରମି ସେ ପାରି।


ଆଁଖି ମୋର ଯାହା ଦେଖଲା ଦେଖୁଛେ 

ଆରୁ ଆଗକେ ନେଇଁ ଖେଟୁଛେ ନଜର 

ବାଟ ଘାଟ ବଲି କିନ୍ତୁ ନେଇଁ ଗା 

ମୋର ଲାଗି ସବୁ ଇଛନ ଅଂଧାର ।


ସଁପି ସିନା ଦେନି ମୋର ଆଘ୍ରକେ 

ଖୁଲି ସିନା ଦେନି ମୋର ଦରବାଜା 

କିଛୁ ନାଇଁ ଆର୍ ତକେ ଦେବାକେ 

କରିବାର ଛଡ଼ା ସୁଇନ୍ ହୁର୍‌ଦେ ତୋର ପୂଜା।


ଆଶା ଥିଲା ଉସାର ପିସାର ସଜନି 

ଦିଶୁଥିଲା ଧୁର୍‌ବ ତରାର ଉକିଆ

ଢସକି ଗଲା ଆଁଖିର ଯେତେ ସପନ 

ମଚକି ହେଇ ଭାଂଗି ଗଲା ମୋର ବାହାଁ।


ତେନେ ବି ତ ମୁଇଁ ଖୁସି ଖୁସି ରେ 

ଯେତକି ମୋର ମୁଁ'କାରପନ ସାରିଛେଁ 

ନିର୍‌ମଲ ଆଁଖିର ଲୁହେ ସେଲତା ଭିଜେଇ 

ସେଥିନେ ମୋର ହୁର୍‌ଦର ବତି ବାଲିଛେଁ।


ଲଡ଼ବଡ଼ି ଯଉଛେ ମୋର ଡଂଗା 

ଆରୁ ନେଇଁ ପାରୁଛେଁ ସଂଭାଲି 

କାଏଁ ଛନେ ବଢ଼େଇ ଦେତୁ ବାହାଁ ତୋର 

ସାହାଁ ହେତୁ ହେଇ ମୋର ନାଉରୀ ।

----------------------

(ଗୁଟେ ପୁରନା କବିତା: କୋଶଲୀ ଭାଷା)

ବ୍ରଜମୋହନ ମେହେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍