STORYMIRROR

Brajamohan Meher

Others

4  

Brajamohan Meher

Others

ତମେ ଚାହେଁଲେ.....

ତମେ ଚାହେଁଲେ.....

1 min
10

ତମେ ଚାହେଁଲେ ସୁକା ଖେନାନେ ମୋର ପତର ଦେବ କହଁଲେଇ ଗୁଦ୍‌ଗୁଦେଇ ଦେବ ଫୁଲ ଆପେ ଦେବ କହଁରେଇ। ତମେ ଚାହେଁଲେ ସୁକା ଖଲାନେ ମୋର ହେଇଯିବା ଭରତି ଖରି କିଂଦରି ବସବା ମଡ଼େନ ବୁଇଲ୍‌ ସାଠେ ପୁଟିଜିବା ଭରି। ତମେ ଚାହେଁଲେ ଦୁରବଲ ଡେନାଥି ମୋର ଆପେ ତାକତ ଜିବା ଭରି ଉଡ଼ୁଥିବା କେତେଧୁରକେ ରାଏତ୍‌ ଦିନକେ ଏକ କରି। ତମେ ଚାହେଁଲେ କୁଂଦା ଟୁଁଡ଼ ମୋର କହି ବସବା ସୁଂଦର କଥା ଗାଇ ବସବା ମଧୁର ଗିତ ସବୁ ବନିଜିବା ମିଠା। ତମେ ଚାହେଁଲେ ସୁକା ଜିମନ ମୋର ରସେ ରସ ଜିବା ଭରି ଟୁଟିଜିବା ଜେତେ ଦୁଖ କିଲିବିଲି ଜିବା ସରି। ତମର ବିନା ନାଇଁ କିଛୁ ମୋର ସୁଇନ ହାତ ମୋର ଛୁଚା ଛୁଚା ମୋର ଇଛାନେ କାଣା ଅଛେ ସବୁ ସନେ ତମର ଇଛା।

-----------------------

(ଗୁଟେ ପୁରନା ଲେଖା: କୋଶଲୀ ଭାଷା)

ବ୍ରଜମୋହନ ମେହେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍