STORYMIRROR

Brajamohan Meher

Others

4  

Brajamohan Meher

Others

ତୁଇ ବଲବାର କେଡ଼େ ମିଠା

ତୁଇ ବଲବାର କେଡ଼େ ମିଠା

1 min
1

'ତୁଇ' ବଲବାର କେଡ଼େ ମିଠା 'ତମେ' ଠାନୁ ବୁଝି ପାରଲି ତମେ କହଲା ପରେ, 'ତମର' ଠାନୁ 'ତୋର୍‌' କହେବାର ଯେତେ ସବୁ ସୁଂଦର ଜାନି ପାରଲି ତମର ଠାନୁ 'ତୋର' ବଲି ସୁନି ସାରଲା ପରେ। ଜାନି ପାରଲି କେତେ ମିଠା ଫଟ୍‌କରା ଅଭିମାନର ମୁହୁଁ ବିସ୍‌ରା-ବିସରି, ଭୁଲି କାଣା ପାରମି ଆର ସଜନି ରେ ମନଦୁଖେ ଯିମି କାଏଁ ପାସରି? ଜାନି ପାରଲି ଇ ଜିବନଥି କେତେ ମଧୁର ଦୁଇପଦ ଗାଲି, ଯେତେ ତୋର ଗୋଲ୍‌ଦେବାର ସଜନି ମୋର ଆଏ ଗଲାର ମାଲି। ପେର୍‌ମୀକେ ସାଜୋ ସିଂଗାର ଦରକାର କାଣା ଦୁଇପଦ ଗୋଲ ଖାଏବାର ବିନା, ଯେତେସବୁ ଲାଜଲଜନା ବଦନାମ-ହିଆ ପେରମୀ ଲାଗି ସବୁ ରୂପାସୁନା। ତୋର ଜିତ୍‌ତି ମୋର ହାରତି ସବୁବେଲେ ଚାହୁଁଛେ ରେ ମନ ହେଇପାରଲେ ହେଇପାରେଁ ଯେତେ ମୁଇଁ ଛୁଚାହାତ ମୋର ଆଁଖି ତୋ ତୁଇ ଅସଲ ଧନ। ------- (ଗୁଟେ ପୁରନା କବିତା)(କୋଶଲୀ ଭାଷା) ବ୍ରଜମୋହନ ମେହେର


Rate this content
Log in