STORYMIRROR

Brajamohan Meher

Others

4  

Brajamohan Meher

Others

ମୋର କପାଲର ଦର୍‌ଖସା ପଖାନେ

ମୋର କପାଲର ଦର୍‌ଖସା ପଖାନେ

1 min
3


ମୋର କପାଲର ଦର୍‌ଖସା ପଖାନେ 

ତମର ଗୋଡ଼କେ ଘଁସୁଛ ରେ ସଜନି 

ଭାବନା ସରେ ଉଧଲି ଉଧଲି ଗାଧୁଛ 

ଢବଲି ଢବଲି ଖେଲୁଛ ରେ ମନ-ରାନୀ।।


ମୋର ଛାତିର ଡଂଗା'ତି ଲଂଘୁଛ 

ପେରେମର ପାନି କେଁ ସଂଗୀ ରେ 

ଇ ଖଁଡ଼ି ସେ ଖଁଡ଼ି ଦେଖୁଛ 

କାଏଁଟା ଭାବୁଛ ଆର୍ ବଘି ରେ।।


ମୋର ମନର ଖେନାନେ ଜୁଲି ରେ 

ସବୁବେଲେ ବାଂଧିଛ ଦୁଲି 

ଦୋଲପୁନି କଲ _କେଁ ସଜନି 

ଫଗୁନର ଖେଲାଲ ହୁଲି।।


କରମ ମୋର ଖଁଡ଼ିଆ ଖଁଡ଼େ ଗା 

ଖଁଡ଼େ ତ ଖପରି ହେଇଛେ 

ରେତି ହଉଛ ଧରି ସଂଗାତ 

ତମର ମଏଲ୍ ହିଟି ଯଉଛେ।।


ଜିମନ ମୋର ଜୁଏ _ଏ ସଜନି 

ଆରୁ ନାଇଁ ରହନା ଜାଡ଼େ 

ଥୁର୍‌ଥୁରି ନେଇଁ ଦୁଲ୍‌ଦୁଲହ 

ତମର ଲାଗି ଜଲୁଛେଁ ଆଡ଼େ।।

---------------

(ଗୁଟେ ପୁରନା କବିତା:କୋଶଲୀ ଭାଷା)

ବ୍ରଜମୋହନ ମେହେର


Rate this content
Log in