STORYMIRROR

Brajamohan Meher

Others

4  

Brajamohan Meher

Others

ତମକେ ପାସରମି ବେ'ଲେ ତ...

ତମକେ ପାସରମି ବେ'ଲେ ତ...

1 min
1

ତମକେ ପାସରମି ବେ'ଲେ ତ ମନେ ପଡ଼ସ ଜହ ଜହ ତମକେ ଛାଁଡ଼ିକରି ବଁଚମି ବେ'ଲେ ତ ନିଂଧାନ ନେଇଁ ଖଁସରହ। ପେରେମ୍‌ କବିତା ଲେଖି କବି ନେଇଁ ହହନ୍‌ ବଲି ଇସ୍‌ତଫା ଦଉଛେଁ ଇପଦବୀ'ନୁ _ଭେ'ଲ୍‌ କବି ଗୁହୁଡ଼ିକେ ଦାଗ୍‌ ଲାଗବା ବଲି ମୋର ଆଚରନନୁ, ମୋର କଲମ ଏକା ତମର ନାଁ ଧରଲା ବଲି ଦିନାର୍‌ଦିନ୍‌ -ଅନୁଖନୁ। ଲେଖନି ଥୁରେ ଥୁରେ ତମର ନାଁ ଗୁଥି ହେଇଗଲା ଗୁରେ ଗୁରେ, ଯେତକି ଘୁଁଚି ରହେବାକେ _ପେ'ନି ଉପଦେଶ ହେତକି ଜାସ୍‌ତି ଜାସ୍‌ତି ଲଟ୍‌କି ଗଲା ଚିଡ଼ିପ୍‌ ହେଇକରି ଇ ବ'ରା ମନ। ପଦ୍‌ମଶିରୀ କି ପଦ୍‌ମଭୂଷଣନୁ ଜିତିଜିତି ଗଲା ମୋର ଲାଗି ତମର ଗୁଟେଗୁଟେ ବିଶେଷଣ। ତମର ଭାବନାଥି ଛଟପଟୁଥିବାରଟା ପଛେ ମୋର ସୁଖ ସଜନି! ତମେ ନେଇଁ ଥିବାର ସରଗ ଶାଂତି ମୋର ଦୁଖ। -------- ପୁରନା ଲେଖା । କୋଶଲୀ ଭାଷା -ବ୍ରଜମୋହନ ମେହେର


Rate this content
Log in