STORYMIRROR

Brajamohan Meher

Others

4  

Brajamohan Meher

Others

ଇ ଟ୍ରେନ୍ ଭିତରେ ଶୀତଲେଇ ଦଉଛେ ଜୋର୍

ଇ ଟ୍ରେନ୍ ଭିତରେ ଶୀତଲେଇ ଦଉଛେ ଜୋର୍

1 min
12

ଇ ଟ୍ରେନ୍‌ ଭିତରେ ଶୀତଲେଇ ଦଉଛେ ଜୋର ହେନୁ ଜହକରି ଦୁଲକେଇ ଦଉଛେ ହୁରୁଦ୍‌କେ ମୋର ତୋର ସୋର। ଇ ଟେରେନ୍ ଭିତରେ ପେଇକରି ତୋର ଦେଖା କେତେ ସରଦା ଫୁଲ ଗୁଦଗୁଦି ଥିଲା ମୋର ମନ-ବନେ କେନ୍ କରିପାରେ ଲେଖା। ଇ ରେଲ୍ ଭିତରେ ଶୀତଲେଇ ଦଉଛେ ଜୋର ହବା ତୋ ନେଇଁସେ, ମୋର ଭାବନାନେ ଚେହେରା ସଜନି ତୋର। ତୁଇମୁଇଁ ହେଇକରି ଗୁଟେ ଜୁଲି ବୁଲି ବସମୁ ବଲି ଭାବିନେଇଁପାରିଥେଇ ଦଗାଲ୍ କରି ଆଁଖିର ଆଗେ ଦିଶିଗଲୁ ଖୁସିର ଉକିଆକେ ମୋର ଛାତି ଭରିଦେଇ। ଇ ରେଲ୍ ଡବାନେ ମୋର ମନର ଦରପନ ଆସି ଚେହେରା ଦେଖାଲୁ ତୋର। ଜିମନର ପହେଲା ହଁସି ହଁସିଦେଲୁ ଅମରୁତ ଆନି ଦେଲୁ ସାନି ପୀରତିର କଥାନିନେ ପରାନର ରାନୀ ଗା ଆସିଗଲୁ ଯେନତା ଜାନି। ଇ ରେଲ ଗାଡ଼ିନେ ତୋର ମୁହୁଁଦେଖି ମହୁଁ ମଧୁର ରସ ଚାଖଲିଁ କେଭେ ନେଇଁଯାଏ ସୋର। ଉଡ଼ିଶାକେ ଖାଲି ବୁଲୁଛେଁ ସଜନି ଏକଲା ଏକଲା ହେଇହେଇ ଉଡ଼ିଶା ନେଇଁସେ ଉଡ଼ି ଯେଇଥିନୁ ତୁଇମୁଇଁ କାହିଁକାହିଁ ଏନତି ଟେରେନ୍ ଭିତରେ ଥେଇ ଲେଖୁଥିନି ବସି ହଜାରେ କବିତା ତୋର ଆଁଖି ମୋର ଆଏଁଖ୍ ଥୁଇ। ତୋର ପଦେକଥା ପଂଦର ପୁରଷାକେ ମୋର ସରଦା କରୁଥିଲା ଯେନତା ପାଟପାଟ ଧରି ଜନମ ଜନମ ଧରି ବଂଧା ଯେନତା ଆମର ନାତା। ସେ ସବୁ ପଡ଼ୁଛେ ସୋର ସଜନିରେ ଆଏଜ୍ ଧୁକା ତୋ ନେଇଁସେ କାଏଁଟା ଲୁକାମି ନାଇଁ ତ ଲୁ_କେଁ ନା ଇ ଦୁନିଆଁକେ କହିଦଉଛେଁ ନା ହଲେଇ ଦଉଛେ ମନ ଆରୁ ପରାନକେ ସବୁବେଲେ ଭାବ ତୋର। ଇ ଟେରେନ୍ ଭିତରେ ଶୀତଲେଇ ଦଉଛେ ଜୋର ସୁଇଛୁ କି ତୁଇ ଚେତିଛୁ ଧନ ଗା ବସି ତୋର ଘରେ ତୋର ମନେ ମୋର କଥା କେଭେକାଲେ ପଡ଼ୁଥିସି କାଏଁ ସୋର। ଇ ଟେରେନ୍ ଭିତରେ ଶୀତଲେଇ ଦଉଛେ ଜୋର ଯେତେ ଶୀତ ସବୁକେ ଫକେଇ ଦଉଛେ ଅଂତରର ପ୍ରିଆ ରେ ସବୁ ଏକା ତୋର ସୋର। ------------ (ଗୁଟେ ପୁରନା କବିତା; କୋଶଲୀ ଭାଷା) -ବ୍ରଜମୋହନ ମେହେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍