କେତେ ଦିନ ପାସେ ମୋର ଆସି
କେତେ ଦିନ ପାସେ ମୋର ଆସି
କେତେ ଦିନ ପାସେ ମୋର ଆସି ଧୁରିଆକେ ଭାଗୁଥିବ ଦେଖୁନ୍ ଦେଖୁନ୍ କେତେ ତୁରେ ଅଦେଖା ତ ହଉଥିବ। ଛୁମେ ଛୁମେ ହେସ ସିନା ନାଇଁ ପାରେଁ ତମକେ ଛିଇ ଛି'ମି ବଲି ନରଦି ଗଲେ ଛିଇଁ ଆରୁ ପାରସି କାହିଁ। କାଣା ମାୟା ଲଗେଇଛ ଭରମୁଅଛେଁ ଭରମୁଅଛେଁ ଯେନ୍ ଜାଲେନେ ଛଂଦିଅଛ ସେ ଜାଲେନେ ଗୁପୁଅଛେଁ। ମନକେ ମୋର ହଁସେଇ ଦେଇ ଏନତି କେନତା କଂଦେଇ ଦେସ ଲହଁପେଇ ବସମି ବେଲେ ହେତେ ଲମ୍ହା କରିନେସ। ପହଁରମି ପହଁରମି ବଲି ପହଁରି ବସସି ମୋର ମନ କାହିଁର ଜଗଲ ଛାଟି ଦେସ ଛଟ୍ପଟେଇ ନେସ ଜିମନ। ହେଇଛେଁ ଖେଲର ଖେଲାଡ଼ି ତମେ ତ ଖେଲଉଅଛ ହରଉଛ ଜିତଉଛ ସବୁ ତମେ କରଉଛ।
