STORYMIRROR

Brajamohan Meher

Romance Others

4  

Brajamohan Meher

Romance Others

ଚାହୁଁଥିନି ଖାଲି ତମର ମନ

ଚାହୁଁଥିନି ଖାଲି ତମର ମନ

1 min
0

ଯେତେସବୁ ତମକେ ଭାବି ଲେଖିଛେଁ ସୁଂଦର ନଦୀର ପାନି ଜାକି ଦେମି ଉହଲିଯିବା ଯେତେସବୁ ହେ' ଧାରେ କେଁ'କରାକେ ଘରେ ରଖିଥିମି। ଯେନ୍ ଲାଲ କଲମ ଧରି ଲେଖୁଛେଁ ଫଡ଼ଦା ଫଡ଼ଦା ହେଲା କେତନିକେତେ କେଁ'ଥିରଲାଗି ଧରମି ଆରୁ ହେ' କଲମ ଇ ଜିମନ ରହିଥିଲା ପତେ। ଯେନ୍ ନଂବରଥି କରୁଥିନି କଲ୍ ହେ' ନଂବରକେ ଧରମି _କେଁ' ଯେ କରୁଥିବା କଲ୍‌ବଲ୍‌। ଯେନ୍‌ ଫେସ୍‌ବୁକ୍‌ ଚଲେଇକରି କହୁଥିନି ମନର କଥା ମୋର _କେଁ' କାଜେ ଆର ଚଲେଇ ବସମି ହେଟା ଇ ଜିମନର ଥିବାର ପତେ ସୋର। ଯେନ୍‌ ହ୍ୱାଟ୍‌ସ୍‌ଅପ୍‌ ଧରିକରି ଲମ୍‌ହା ଲମ୍‌ହା ମେସେଜ୍‌ ଲେଖୁଥିନି କାଏଁକରି ହେ' ହ୍ବାଟ୍‌ସ୍‌ଅପ୍‌କେ ଚଲାମି। ଯେନ୍‌ ବାଟେ ଚାଲୁଥିନି ସବୁଦିନ ତମେ ଦିଶବ ବଲିକରି ବାରୁନ୍‌ବାର ହେ ଫାଲେ, କେନ୍‌ଥିର୍‌ ଲାଗି ଯିମି ଆର୍‌ ସଂଜେ ହୋ କି ସକାଲେ। ଯେନ୍‌ ପରବ ତିହାର ଆସୋ ହଉଥିନି କେତେ ସରଦା ତମେ ଦିଶବ ବଲି, ତିହାର ପରବ ସବୁ ଯିବା କାହାର ବାଟ ଦେଖମି ଆର୍‌ ଲାଗୁଥିବା ଖାଲି। ନୁଆଁଖି ଦିନର ଡଂଗର ଚଘା କେତେ ସୁଂଦର ଆମର ରିସିପିଟି, ଲାଖେ ଲୋକ୍‌ ଥଉନ୍‌ଥଉନ୍‌ ଲାଗିଯିବା ସରବ ସୁଇନ୍‌ ଇ ଜିମନର ହେବା ରିଟିଘିଟି। କାହାର ଲାଗି ଲେଖମି ଆର କବିତା _କେଁ କରମି ଛୁଚା କବିପନ, ଧନ ଜନକେ ନେଇଁ ଚାହିଁ ସଜନି ଚାହୁଁଥିନି ଖାଲି ତମର ମନ। --------------- (କୋଶଲୀ ଭାଷାର ପୁରନା କବିତା)


Rate this content
Log in

Similar oriya poem from Romance