STORYMIRROR

Brajamohan Meher

Romance Others

4  

Brajamohan Meher

Romance Others

ଛନେ ଛନେ

ଛନେ ଛନେ

1 min
0

ଛନେ ଛନେ ଲାଗୁଥିସି ଗୁଟେ ତାଗେ ବଂଧା ଆମର ଜିମନ ଦୁଇଝନକେ ଧରିକରି ଦୁନିଆଁ ଛନେ ଛନେ ହେଇ ଯାଏସି ପରାନ ଦୁଇଠୁସା, ତମେ ଆରୁ ମୁଇଁ ହେଇଯଉଥିସୁଁ କେତନିକେତେ ଧୁରିଆ। ଛନେ ଛନେ ନିଲୁ ନେଇଁ ମିଲେ ଆରୁ ଉପିଆ ଘିଚି ହେଇଯଉଥିସୁଁ ଦୁଇ ଫାଲକେ ଦୁଇଝନ ହାତେ ନେଇଁ କିଛି ତମକେ ମୁଇଁ ଦେଖୁଥିସିଁ ତମେ ମକେ ଦେଖୁଥିସ ସବୁ ଆଶା ହଉଥିସି ବିଛି। ହଜୁଥିସି ଲାଖେ ତରା ଆକାଶର ଗଟ୍‌ଗଟ୍‌ ବାଦଲ ଦେସି ଗିଲି, ଜନର ମୁହୁଁ ଦେଖମି ବଲବାର ସପନ ସବୁ ଯଉଥିସି ବିଲି। ଛନେ ଛନେ ଲାଗସି ଯେନତା ଜିମନ ବୀନାର ସାତସୁର ତମେ, ଛନେ ଛନେ ଲାଗି_ଯେ'ସି ସରବ-ସୁଇନ୍‌ ନେଇଁ ନେଇଁ ନେଇଁ କେନ୍‌- ଝନେ ଆରୁ ଛୁମେ। ଛନେ ଛନେ ଲାଗସି ଯେନତା ହଁସି ହଁସି ନଉଥିସୁଁ ବିଦାକି ଦୁଇଲୋକ୍‌କେ ଦୁଇଲୋକ୍‌ ହୁର୍‌ଦେ ଚାପି ଦୁଖା ହଁସୁଥିସି ସଁସାର ମାତର କାଂଦୁଥିସି ହୁରୁଦ୍‌ ତଲ୍‌ ସବକର ଲାଗି ହେଇ_ଯେସି ହେ'ସବୁ ଅନଦେଖା।

--------------------------

(କୋଶଲୀ କବିତା- ପୁରନା ଲେଖା)

ବ୍ରଜମୋହନ ମେହେର


Rate this content
Log in

Similar oriya poem from Romance