ଇ ସହରେ ....
ଇ ସହରେ ....
ଇ ସହରେ ନାଚି ଉଠଲା ଲହରୀ ସହେଲୀ ରେ ତମର ମୁହୁଁ ଦିଶଲା ବଲି ଝଲ୍ କରି, ଜନ୍ ଦେଖି ସମଧୁର ନାଚବାର ନେଇଁ ଦେଖି ହେଲେ ଲାଗିଗଲା ସତ ନାଚିଗଲା ମନଭରି। ସେ ସହରେ ତମେ ଆମେ ଦୁଇଝନ ଆଏଜ୍ ବି ସଜନି ଅଛୁଁ ଛାଡ଼ିକରି ଆମର ଗାଁ, ତମର ପୀରତିର ପନତ-ପାନି ଭିଜୁଛେଁ ପହଁରୁଛେଁ ଇ ସହରେ ସମଧୁର ଆଏ ତମର ନାଁ। ହେ ଦିନର ଭେଟବାର ବେଲ ଆଜି ନେଇଁ ଥିଲେବି ଭେଟୁଛେଁ ଭାବନା ଘାଁଟେନେ ତମେ ସଦା ଗାଧୁଛ ଛପଛପା ଛପଛପା ଛପିଛ ମୋର ପେରେମର ଉଦା କପଟା ପିଂଧି ସୁଂଦର ଲାଗୁଛ। ଇ ସହରେ ବରଲି _ଯେ'ସି ମୋର ହୁରଦର ବାସନା ମାତର ତମେ ଗୁଟେ ଫୁଲ୍ ସବୁ ତମର କରିଛ ମୋର _କେଁ ଅଲଗା କେନ୍ ଅଛେ ତାଲ୍ ସଜନି ତମେ ଏକା ମନ ପରାନେ ଛିରେ ପଟେ ଭେଦିଛ। ଇ ସହରେ ମିଲିଯଉଁ ସହଜେ _କେଁଯେ କେନ୍ଥିର ଟେକ୍ ଟାନକେ ଧରିବସି ଅଡ଼ୁଛ ଦୋଷ ଦେଖୁଥିଲେ ମିଲସି ହଜାରେ ରୋଷ ଛାଡ଼ି ସରଦା ଗିରଦା ଭାବକେ _କେଁଯେ ତଡ଼ୁଛ। ଇ ସହର ସୁହୁଁରୁଥିବା ତମର ମୋର ହୁରୁଦକେ ହଁସି ହଁସି ହଁସେଇ ଦିଅ ହଁସି ଉଠୁ ମନୁଆଁ ମାନେ'ର୍ ଜିମନ ପାନିର ଫୁଟକା ସଜନି ଗାଇଯିମା ପେରେମ ସଂଗୀତ ହଁସୁଥିବା ଦୁନିଆଁ। ---------------
(ଗୁଟେ ପୁରନା କୋଶଲୀ ଲେଖା)
