STORYMIRROR

Brajamohan Meher

Others

4  

Brajamohan Meher

Others

ଛୁମେ ଛୁମେ ମୋର ଥାଇକରି ପିନି

ଛୁମେ ଛୁମେ ମୋର ଥାଇକରି ପିନି

1 min
1

ଛୁମେ ଛୁମେ ମୋର ଥାଇକରି ପିନି

_କେଁଯେ ହେସ ହେତେ ଧୁରିଆ

ଭାବୁଥିସିଁ ମୋର ହାତେ ଅଛ ତମେ

ହେଲେ ହେଇ_ଯେ'ସ ଅଛୁଆଁ।।


ମନ ତ କହେସି ମନର ଭାବନାକେ ମୋର

ଚିନୁଥିବ ତମେ ଜାନୁଥିବ

ଯଦି ଜାନୁଥିବ... ଆରୁ ଡହକ ବିକଲ

କରାବାକେ ତମେ ଚାହୁଁଥିବ।।


କେତେବେଲ ତକ୍‌ ଦେଖୁଥିବ ନାଟ

ନଚେଇ ଡେଗେଇ ମାରୁଥିବ

ଜାନୁଛେଁ ମୋର ହାତେ କିଛୁ ତୋ ନେଇଁନେ

ତମର ଇଛା ଯାହା କରୁଥିବ।।


ଆକଟବାକେ କାଣା ଅଛେ ମୋର ହାତେ

ମୋର ବଲ କାହିଁ ଶକତ କାହିଁ

ନେବାର ଅଛେ ବେଲେ ତମେ ତ ନେବନେ

ଯେତେ କଲେ ଫୁନି ନାଇଁ ନାଇଁ।।


ଯେତେ ମୁଇଁ ନେଇଁନା ନେଇଁନା କହଲେ ବି

ଆନି ଦେଇପାର କିଲିବିଲି

ତେନେବି ମୁଇଁ ମୁରୁଖ ଅଯଥାକେ ସିନା

କରୁଥିସିଁ କେତେ ଅଡ଼ଦଲି।।

-------------

(ପୁରନା କୋଶଲୀ ଲେଖା)

-ବ୍ରଜମୋହନ ମେହେର


Rate this content
Log in