ସବୁ ମକେ ଛାଡ଼ି ଗଲେ ବି
ସବୁ ମକେ ଛାଡ଼ି ଗଲେ ବି
1 min
3
ସବୁ ମକେ ଛାଡ଼ିଗଲେ ବି
ବଲମି ତମେ ଜଗିଅଛ
ସବେ ମକେ ହୁରି ବସଲେ ବି
ଭାବୁଥିମି ଚାହୁଁଅଛ।
ଖରାପ ବଲି ଯେତେ କହେଲେ ବି
ମୁଇଁ ଜାନମି ବଲସ ବନେ
କିଏ ନେଇଁ ଠଅଁକାଲେ ବି
ଭାବମି ଦେଖୁଅଛ ତମେ।
ଯେତେ ମୋର ଲୁହୁ ବୁହାଲେ
ନିଠୁର କଥା କହି କହି
ମୁଇଁ ଭାବମି ତମେ ଅଛ
ଦେବ ମଧୁର କଥା କହି।
ସଁସାରର ଅପମାନ ଆନି
ଦୁନିଆଁ ଦେଲେ ବି ସାନି
ଭାବମି ତମେ ବୁଝୁଅଛ
ସବୁକେ ପାରୁଛ ଜାନି।
ହିନସ୍ତା ଯେତେ ବି କଲେ
ସଁସାରର ଦେଖନିଆ ମାନେ
ଭାବମି ତମେ ଏକା ଅଛ
ମୋର ଦୁଖା ବୁଝବାକେ ଝନେ।
---------------
(କୋଶଲୀ ଭାଷାର ଗୁଟେ କବିତା, ପୁରନା ଲେଖା)
-ବ୍ରଜମୋହନ ମେହେର
