STORYMIRROR

Bijoy Jena

Abstract Others

3  

Bijoy Jena

Abstract Others

ମହୋଦଧି କୂଳେ

ମହୋଦଧି କୂଳେ

1 min
143



 

ମହୋଦଧି କୂଳେ ସକାଳ ବେଳାରେ

       ମନୋରମ ସୂର୍ଯ୍ୟୋଦୟ

ସନ୍ଧ୍ୟାର ସୂର୍ଯ୍ୟାସ୍ତ ବେଶ ଉପଭୋଗ୍ୟ

       ମନୁଁ ଦୂର ହୁଏ ଭୟ।

କେତେ କଥା କହେ ଶ୍ରୀକ୍ଷେତ୍ରର ମାଟି

       ଦର୍ଶନାର୍ଥୀ ଭିଡ଼ କେତେ

ଶ୍ରୀ ମହାପ୍ରସାଦ ତା ଶରଧାବାଲି

       ବଡ ଦାଣ୍ଡ ଯାହା ଯେତେ।

ଅତୀତରେ ଦିନେ ଏକ କାକ ଆସି

       ବୁଡି ରୋହିଣୀ କୁଣ୍ଡରେ

ଭୂମି

ପରେ ଗଡି ଜୀବ ଛାଡ଼ି ଦେଇ

       ଚତୁର୍ଭୁଜ ରୂପ ଧରେ।

ଶ୍ରୀ ପୁରୁଷୋତ୍ତମ ଆଗେ ଉଭା ହୋଇ

       ଲଭିଲା ମୁକତି ବାରେ

ଏହି ଦୃଶ୍ୟ ଦେଖି ସ୍ଵୟଂ ବ୍ରହ୍ମଦେବ

        ଚକିତେ କାକ୍ୟ ନ ସ୍ପୁରେ।

ଏଭଳି ମାହାତ୍ମ୍ୟ ବହି ଶଙ୍ଖ କ୍ଷେତ୍ର

        ଶ୍ରୀକ୍ଷେତ୍ର ଶ୍ରୀତୀର୍ଥ ପୁରୀ

ତହିଁରେ ଶାସକ କାଳିଆ ଠାକୁର

        ଜଗତେ ପଡୁଛି ହୁରୀ।



Rate this content
Log in

Similar oriya poem from Abstract