STORYMIRROR

KSHIRADRI SAHU

Abstract

3  

KSHIRADRI SAHU

Abstract

ତୁ ସୃଷ୍ଟି କରତା

ତୁ ସୃଷ୍ଟି କରତା

1 min
234

  


ଯିବି ମୁଁ କାହିଁକି ଶିରିକ୍ଷେତକୁ........ 


ସକାଳ ସ୍ନାହାନ ସାରି ମୁଁ ଯାଉଛି

ଦୟଣା କ୍ଷେତର ଶିରିପେଟାକୁ,

ଦୁଇ ହାତ ଯୋଡ଼ି ଦର୍ଶନ କରିବି

ଚତୁର୍ଦ୍ଧା ମୂରତି ଦାରୁବ୍ରହ୍ମକୁ

ଯିବି ମୁଁ କାହିଁକି.....।୧।


ତୁ ସୃଷ୍ଟି କରତା ତୁ ଭାଗ୍ୟ ବିଧାତା

ବୁଝିବୁ ମୋହର ମନ କଥାକୁ,

ଯଦି ନବୁଝିବୁ ଭକତର ଦୁଃଖ

କହିବି ମୁଁ ଯାଇ ଆଉ କାହାକୁ,

ଯିବି ମୁଁ କାହିଁକି...।୨।


ପାରି ହେବା ପାଇଁ ଏ ଭଵ ସାଗରୁ

ଭଜୁଛି ମୁଁ ନିତି ତୋର ନାମକୁ,

ସାରା ଜୀବନ ମୁଁ ହେଲି ଛଟପଟ

ଯାଇ ପାରିଲିନି ବଡ ଦାଣ୍ଡକୁ,

ଯିବି ମୁଁ କାହିଁକି....।୩।


ସତେ କି ଦୟଣା କ୍ଷେତ୍ରେ ଭାଗ୍ୟେ ଥିବ

ରଥ ଦଉଡି ମୁଁ ଛୁଇଁବାକୁ,

ଭକତଙ୍କ ମେଳେ ଖୋଳ ତାଳ ଧରି

ଆଜ୍ଞା ହେବ ପ୍ରଭୁ ମୁଁ ନାଚିବାକୁ,

ଯିବି ମୁଁ କାହିଁକି...।୩।


ଅଦୃଶ୍ୟ ବ୍ୟାଧି ଯେ ଆସିଅଛି ମାଡି

ଚକ୍ରପେଶି ରକ୍ଷା କର ଭକ୍ତଙ୍କୁ,

ଭାଇ ଭଉଣୀଙ୍କ ସଙ୍ଗେ ମିଶି ପ୍ରଭୁ

ଜଗତେ ଉଡାଅ ତୁମ ବାନାକୁ,

ଯିବି ମୁଁ କାହିଁକି...।୪।


ଅଛି ବୋଲି ମୋର ତୋ ସହିତ ଭାବ

କରିବି ଦର୍ଶନ ତୋ ଶ୍ରୀମୁଖକୁ,

କରୁଛି ଗୁହାରି ଆହେ ଚକ୍ରଧାରୀ

ଉଦ୍ଧାର କର ହେ ଏ ଜଗତକୁ,

ଯିବି ମୁଁ କାହିଁକି...।୫।


ସକାଳ ସ୍ନାହାନ ସାରି ମୁଁ ଯାଉଛି

ଦୟଣା କ୍ଷେତର ଶିରିପେଟାକୁ


ଯିବି ମୁଁ କାହିଁକି............????


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract