ଈଶ୍ୱର ଏକ ଧର୍ମ ଏକ
ଈଶ୍ୱର ଏକ ଧର୍ମ ଏକ
ପୋଷାକେ ନଥାଏ ଧର୍ମ କର୍ମ କିଛି
ତାହା ବାହ୍ୟ ଆବରଣ
ସବୁ ଧରମର ସାରତତ୍ୱ ହେଲା
ବିଶ୍ୱଭ୍ରାତା, ବିଶ୍ୱପ୍ରାଣ I
କାହିଁକି ବୁଣୁଛ ବିଭେଦର ମଞ୍ଜି
ନାନା ରୂପ ଭେକ ହୋଇ
ଆମର ଏଭଳି ପୋଷାକ ଭିତରେ
ଧରମ ଆମର ନାହିଁ I
ଏକା ଉପାଦାନେ ସବୁ ଦେହ ଗଢା
ସମାନ ଆମର ରକ୍ତ
ତାହେଲେ କାହିଁକି ବିଭେଦ କରୁଛ
ରାମ ରହିମ ର ଭକ୍ତ I
ହିନ୍ଦୁ ମୁସଲମାନ ବୌଦ୍ଧ ଖ୍ରୀଷ୍ଟିଆନ
ଯେଉଁ ମତ ଯାର ହେଉ
ସବୁ ମତବାଦ ଗୋଟିଏ ନିଷ୍କର୍ଷ
ଅହିଁସା ରେ ମନ ରହୁ I