ଅନ୍ଧକାର
ଅନ୍ଧକାର
କେବେ ରାଜା ଅନ୍ଧ ଆଉ ମନ୍ତ୍ରୀ ଚତୁର
ପୁଣି କେବେ ମନ୍ତ୍ରୀ ଅନ୍ଧ ଓ ଦୁର୍ଦ୍ଦାନ୍ତ ପରିଷଦଗଣ
ଅନ୍ଧକାରର ଗଭୀର ତତ୍ତ୍ବରେ ଦିନ ବି ଅନାଲୋକିତ,
ଷଡ଼ଯନ୍ତ୍ର କୁବିଚାର କୁମନ୍ତ୍ରଣା ଚାଲେ ପ୍ରତିକ୍ଷଣେ ଏଠି
ଏ କୁବିଚାର ପ୍ରାକୃତିକ ନୁହେଁ କୁତ୍ସିତ କୁତ୍ରିମତାର
ବିବେକ ଶବ ପାଲଟିଛି ଅନେକ ଅର୍ଥ ଓ କ୍ଷମତାର ଗାଦିରେ
ବିନା ସଂସ୍କାରରେ ବିବେକର ଶବ ଦୁର୍ଗନ୍ଧ କରୁଛି
କିନ୍ତୁ କିଏ ଦେଖିବ ସବୁ ତ ଅନ୍ତରେ ମନରେ ଗୁପ୍ତ ସୁପ୍ତ,
ଆଲୋକର କିରଣ ମାନେ ଶୋଷିତ ଲାଞ୍ଚିତ
ଅନ୍ଧାରର ଚାବୁକରେ ଅତ୍ଯାଚାରିତ ଏଠି ଧର୍ମ ହାରୁଛି..
ବିପ୍ଳବର ସୂର୍ଯ୍ୟ ସତେ ଆଜି ଧୂମିଳ ପ୍ରତାପ ଶୂନ୍ୟ
ସତେ କି ଯାଇଛି ହାରି କାନ୍ଦୁଛି ଭାରି ଏକାକୀ
ଏହି ଅନ୍
ଧକାରର ଦୁଷ୍ଟଶକ୍ତିର କ୍ଷଣିକ ମିଛ ପରାକ୍ରମ ଦେଖି,
ତେବେ କିଏ ସାଜିବ ଏଠି ଶକ୍ତି ବୀରତ୍ୱର ପ୍ରତୀକ
ଆଦର୍ଶ ନୀତିର ସାହସର ପ୍ରେରଣା ଦେବ କିଏ ଓ କାହାକୁ..?
ସମସ୍ତେ ତ ଭୟର ଅନ୍ଧାର କୋଠରୀରେ ବନ୍ଦୀ
ନା ଝରକାର ସନ୍ଧାନ ନା କୁତ୍ରିମ ଓ ପାର୍ଥକ୍ଯ ର ତଫାତ୍
ସୂର୍ଯ୍ୟ ହିଁ ତ ସକଳ ଶକ୍ତି ତେବେ କାହିଁ ସେ ଆଲୋକ
କିଏ ଯୋଗାଇବ ପ୍ରାଣେ ପ୍ରାଣେ ଲଢିବାର ଅଦମ୍ୟ ସାହସ,
ଅନ୍ଧକାର ର ଏ ସାମ୍ରାଜ୍ଯ କୁ ହନୁମାନ ସାଜି ଜାଳିବ
ଆଉ ଉଦ୍ଧାର କରିବ ସେ ଅନ୍ତରରେ କାନ୍ଦୁଥିବା
ମାତା ସୀତାରୂପି ସତ୍ୟର ନିଷ୍ଠା ର ଜ୍ଵଳନ୍ତ ତତ୍ତ୍ବ କୁ..?
ବିଜୟ କ'ଣ ଅନ୍ଧାରର ହେବ ହାରିଯିବ ଆଲୋକ
"ସତ୍ଯ କେବେ ହାରେନି" ଏହା କ'ଣ ହେବ ମିଛ ନାଟକ ସଂଳାପ.. ।