STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସକାଳର ଜଣାଣ

ସକାଳର ଜଣାଣ

1 min
7



ପାହି ପାହି ଆସେ ରଜନୀ

      ଅମା ହେଲାଣି ଦୂର

ବହଇ ଶୀତଳ ସମୀର

     ପୁଲକିତ ଶରୀର।

ପୂରୁବ ଆକାଶ ଦିଶଇ

      କେଡେ ଉଜ୍ଜଳ ମୟ

ଦେବ ଦିନମଣି ଆନନ୍ଦେ

     ଏବେ ହେବେ ଉଦୟ।

ପ୍ରଭାତେ ଫୁଟିଛି କୁସୁମ

      ଆହା ପ୍ରଭୁ ମହିମା 

 ସାଗର ଉଛୁଳି ପଡ଼ଇ

      ଗାଏ ତାଙ୍କ ଗାରିମା।

ପାହାଡ ପର୍ବତ ନିର୍ଝର

      ସବୁ ତାଙ୍କରି ସୃଷ୍ଟି

ବିଶାଳ ଧରିତ୍ରୀ ହସଇ

      ଲଭି ବିଭୁଙ୍କ ଦୃଷ୍ଟି।

ଆସହେ ସକଳେ ଚିନ୍ତିବା

     ଜଗନ୍ନାଥ ମହିମା

ତାଙ୍କରି କରୁଣା ଲୋଡ଼ିବା

     ଦୂର ହେବ ଯାତନା।

ତାଙ୍କ ଉପସ୍ଥିତି ସବୁଠି

      ଆଣି ଅନୁଭବ ରେ

  ଆସ ହେ ସରବେ ନମିବା

      ତାଙ୍କ ପଦ୍ମ ପୟରେ।


Rate this content
Log in

Similar oriya poem from Action