Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ଶକ୍ତି ସଂରକ୍ଷଣ

ଶକ୍ତି ସଂରକ୍ଷଣ

1 min
564


ମାଆ ମାଆ ବୋଲି     କେତେ ମୁଁ ଖୋଜିଲି

       ମାଆକୁ ପାଇଲି ନାହିଁ

ସପନରେ ଆସି      ଦଶଭୁଜା ରୂପେ

      ମାଆ ଗଲେ କହିଦେଇ ||


ସେ ତ ସେହି ଦେବୀ    ସର୍ବ ଭୂତେ ଯିଏ

       ଶକତି ରୂପେ ସସ୍ଥିତା

ସେ ତ ସେହି ଦେବୀ   ସମଗ୍ର ସୃଷ୍ଟିରେ

      ଜନନୀ ରୂପେ ପୂଜିତା ||


କ୍ଷିତି ଅପଃ ତେଜ   ମରୁତ ଓ ବ୍ୟୋମ

      ପଞ୍ଚ ମହାଭୁତ ନେଇ

ପ୍ରଭୁ ସୃଷ୍ଟିକର୍ତ୍ତା      ସୃଷ୍ଟିର ରଚନା

     କରିଛନ୍ତି ଜାଣ ଭାଇ ||


ବିଶ୍ବ ବ୍ରହ୍ମାଣ୍ଡର      ସର୍ବ ସଂରଚନା

     ତିଷ୍ଠିଛି ଶକତି ବଳେ

ସକଳ ଘଟରେ     ପରାଣ ସଂଚାର

      ଘଟଇ ଶକତି ବଳେ||


ବିଜ୍ଞାନ ଭାଷାରେ      ଶକତି ଅଟଇ

      କାର୍ଯ୍ୟ କରିବା ସାମର୍ଥ୍ୟ 

ଯାହାର ପାଖରେ     ଯେତେ ବେଶି ଶକ୍ତି

     ସେତେ ବେଶି ତା' ସାମର୍ଥ୍ୟ ||


ବିଶ୍ବ ବ୍ରହ୍ମାଣ୍ଡରେ       ବିଭିନ୍ନ ରୂପରେ 

      ଶକ୍ତି ଅଟେ ବିଦ୍ୟମାନ 

ସରନ୍ତି ହେଉକି      ଅସରନ୍ତି ହେଉ

      କରେ ଶକ୍ତି ଅଧୃଷ୍ଠାନ||


ଧ୍ବନି ଶକ୍ତିବଳେ     କଥା ଶୁଣୁ ଆମେ

      ଆଲୋକର ବଳେ ଦେଖୁ

ରସାୟନ ଶକ୍ତି      ଖାଦ୍ୟରୁ ପାଇଣ 

     ନାଚୁ ଖେଳୁ ଗାଉ ଲେଖୁ ||


ବିଦ୍ୟୁତ ଶକତି      ବଳରେ ଆମର 

       କଳ କାରଖାନା ଚଳେ 

ରାତିର ଅନ୍ଧାର     ଦୂର କରିପାରୁ 

     ଶିତ ତାପ ପାଉ ଭଲେ ||


କୋଇଲା ଜାଳେଣି     ପେଟ୍ରୋଲିୟମ୍ ଠାରେ

         ଅଛି ରସାୟନ ଶକ୍ତି

ସହସ୍ର ସହସ୍ର        ବରଷେ ପ୍ରକୃତି

       ସୃଷ୍ଟି କରିଛି ସେ ଶକ୍ତି ||


ତାହା ବଳେ ଚଳେ     କଳ କାରଖାନା

     ଚଳଇ ମୋଟର ଯାନ

ତାପଜ ବିଦ୍ୟୁତ୍      ଶକତିର ଉତ୍ସ

   କୋଲ୍ ପେଟ୍ରୋଲିୟମ ଜାଣ||


ସହସ୍ର ବର୍ଷର     କଠୋର ସାଧନା

   ପରେ ପ୍ରକୃତିର ସୃଷ୍ଟି

ଦାୟିତ୍ୱ ହୀନରେ    ବ୍ୟବହାର କରୁ

      ନାହିଁ ଆମ ଦୂରଦୃଷ୍ଟି ||


ଏହାର ବିପୁଳ    ବ୍ୟବହାର ଯଦି

    ଆଜିପରି କରି ଚାଲୁ

ଏ ସରନ୍ତି ଶକ୍ତି     ନିଃଶେଷ ହୋଇବ

    ହେବା ଆମେ ବଣ ଭାଲୁ ||


ଜୁଆର ଜଳରୁ     ସୂରୁଯ ଆଲୋକୁ

    ଜୈବ ଅପଦ୍ରବଠାରୁ 

ଜୈବ ପଦାର୍ଥରୁ   ସୁଲଭ ଶକତି

   ଖୋଜ ସର୍ବେ ଆଜିଠାରୁ ||


ଯେଉଁ ଶକ୍ତି ଅଟେ   ଅସରନ୍ତି ଶକ୍ତି

       କର ତାର ବ୍ୟବହାର

ସରନ୍ତି ଶକ୍ତିର     କରି ସଂରକ୍ଷଣ

     ବଢାଅ  ଶକ୍ତି  ସମ୍ଭାର ||


            2

 E=mc

ଇ ଇଜିକ୍ବାଲଟୁ    ଏମ୍ ସି ସ୍କୋୟାର୍ଡ 

    ସୂତ୍ରର ପ୍ରୟୋଗ ବଳେ

କ୍ଷୁଦ୍ର ପରମାଣୁ      ସମେକନ(fusion) ବଳେ 

       ତେଜସ୍କ୍ରିୟ ଶକ୍ତି ମିଳେ ||


ବସ୍ତୁତ୍ବ ତୃଟି ବା        ବସ୍ତୁତ୍ବ ପାର୍ଥକ୍ୟ 

       ବିନାଶ ଯେବେ ହୁଅଇ 

ବସ୍ତୁର ବିନାଶେ    ଶକତି ଉତ୍ପନ୍ନ  

     ହୋଇ ପାରଇ ହେ ଭାଇ ||


ବାୟୁରୁ ଜଳରୁ      ଶକ୍ତି ଉତ୍ପାଦନ

       ଉପରେ ଗୁରୁତ୍ବ ଦେବା

ଅପାରମ୍ପରିକ      ଶକତି ଉପରେ

     ଅଧିକ ଗୁରୁତ୍ବ ଦେବା ||


ଶକ୍ତି ଅପଚୟ      କରିବାନି ଆମେ

      କରିବା ତା ସଂରକ୍ଷଣ

ଶକତି ସଙ୍କଟ      ଟାଳିବାକୁ ଆମେ

       ସକଳେ କରିବା ପଣ ||

 



Rate this content
Log in

Similar oriya poem from Abstract