କରନାହିଁ ତୁମେ ଆତ୍ମ ହତ୍ୟା
କରନାହିଁ ତୁମେ ଆତ୍ମ ହତ୍ୟା
ଆସିଅଛି ପୁଣିଥରେ ସେପ୍ଟେମ୍ବର ଦଶ
ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ
ଛାତି ଥରାଇଦିଏ ବର୍ଷ ପରେ ବର୍ଷ
କ୍ରମବର୍ଦ୍ଧିଷ୍ଣୁ ଏ ପୃଥ୍ବୀର ଆତ୍ମହତ୍ୟା ଦୃଶ୍ୟ ।
ଏ ସୁନ୍ଦର ଧରାଧାମେ ମଣିଷ ଜୀବନ ଶ୍ରେଷ୍ଠ
ଜୀବନର ଚଲାପଥେ ଆସେ ଝଡଝଂଜା ଦୁଃଖ କଷ୍ଟ
ଭରିଦେଇ ମନେ ଭୟ ଆତ୍ମ ବିଶ୍ବାସକୁ କରେ ନଷ୍ଟ
ହତାଶା ନଦୀର ଅତଳ ଜଳରେ ଜୀବନକୁକରେ ନଷ୍ଟ ।
ଶୁଣିଥିଲି ମୁହିଁ ଏ କଥା
ମନେ ପାଇ ଘୋର ବ୍ୟଥା
ପ୍ରତିବର୍ଷ କାଳେ କରୁଛନ୍ତି ଆତ୍ମ ହତ୍ୟା
ସାରାବିଶ୍ବରେ ଏକ ଲକ୍ଷ ଲିଭୁଛି ଜୀବନ ସଳିତା
ଭାବିଲା ବେଳକୁ ଘୂରିଯାଉଛି ମୋ ମଥା ।
ଗରିବ ଲଢୁଛି ଗରିବୀ ସାଙ୍ଗରେ
ଧନୀ ଖୋଜେ ନିଜ ପ୍ରତିଷ୍ଠା
ନିଜ ଲକ୍ଷ୍ୟପଥେ ଧାଇଁବାରେ ଲାଗି
ହରାଇଣ କୂଳ କିନାରା
ଏକମାତ୍ର ବାଟ ଦିଶୁଅଛି ତାକୁ
କରିଦେବା ପାଇଁ ଶେଷରେ ଆତ୍ମହତ୍ୟ
ସଜାଗ ହୁଅ ହେ ଏଇ ବିଶ୍ବର ଜନତା
ଗୋଟିଏ ବାଟ ବନ୍ଦ ହୋଇଲେ କରନାହିଁ ଏତେ ଚିନ୍ତା
ଯଦି ଏକ ବାଟ ବନ୍
ଦ ହୁଅଇ ଅନ୍ୟ ବାଟ ଅଛି ଜାଣିଥା
ପଳାୟନ ପନ୍ଥୀ ହୋଇ କେବେହେଲେ କରନାହିଁ ଆତ୍ମହତ୍ୟା ।
ହତାଶ ନହୋଇ ପରଖି ନିଅ ହେ
ନିଜ ଦୋଷ ନିଜ ଦୁର୍ବଳତା
ଆତ୍ମ ବିଶ୍ବାସକୁ ଜାଗ୍ରତ କର
କର ନାହିଁ ତୁମେ ଆତ୍ମହତ୍ୟା ।
ଯଦି ଦିଏ କିଏ ତୁମକୁ କେବେ ଧୋଖା
ଭାବିନିଅ ତୁମେ ପାଇଗଲ ମହାଶିକ୍ଷା
ସେପରି ଲୋକଠୁ ସତର୍କ ରହିଲେ
ପ୍ରତାରଣା ତୁମେ ପାଇବନି କେବେ
ପାଇବନି କେବେ ଧୋଖା ।
ସତ୍ ମାର୍ଗ ସତ୍ କର୍ମ କର ହେ ସତ୍ ଚିନ୍ତା
ଧନାର୍ଜନ ପାଇଁ କରନି କଦାପି ଅସତ୍ ଚିନ୍ତା
ଯାହା ଘଟୁଅଛି ଭଲ ଘଟୁଅଛି ଭଲହିଁ ଘଟିବ ଜାଣିଥା
ଧୈର୍ଯ୍ୟକୁ ତୁମେ ହୃଦରେ ସର୍ବଦା ରଖିଥା
ଆତ୍ମ ବିଶ୍ବାସକୁ ଜାଗ୍ରତ କର ନ କରି ଆତ୍ମହତ୍ୟା
ମନେ ବୋଧ ହେଲେ ଏକାକୀତ୍ବ
ଯୋଡ ହସ୍ତରେ ଇଶ୍ବରଙ୍କୁ ଡାକ ହୃଦେ ବହି ନିରବତା
କୋଳାହଳ ସବୁ ମନୁ କାଢିଦିଅ
ସେହିଁ କରିବେ ରକ୍ଷା
ଜୀବନ ତୁମର ନୁହେଁ ନିରର୍ଥକ
କରନାହିଁ ତୁମେ ଆତ୍ମହତ୍ୟା ।