ଜାଳେ ଜାଗର
ଜାଳେ ଜାଗର
ଯାଇ ପାରୁନାହିଁ ତୁମ ଦେବାଳୟ
ଜାଳିବା ପାଇଁ ଜାଗର
ଅଶ୍ରୁର ନୀରରେ ମନ ମନ୍ଦିରରେ
ପୂଜେ ମୁଁ ତୁମ୍ଭ ପୟର।
ଭକତି ଅନ୍ତରେ ଡାକେ ଶିବଶମ୍ଭୁ
ପୁଷ୍ପ ଧୂପ ଦୀପ ଜାଳି
ଗର୍ବ ଅହଂକାର କରିଦିଅ ଦୂର
ଆଶିଷ ଦିଅନ୍ତୁ ଢାଳି।
ହୃଦୟରେ ଥାଉ ତୁମ ନାମ ପ୍ରଭୁ
ମନ ମଧ୍ୟେ ତୁମ ଛବି
ଗୋଟେ ରାତ୍ରି ନୁହେଁ ସବୁ ରାତ୍ରିରେ ଯେ
ଜାଗର ମୁଁ ଜାଳୁଥିଵି।
ମହା ଶିବରାତ୍ରୀ ଜାଳିଲେ ଜାଗର
ସର୍ଵ ପାପ ହୁଏ ଦୂର
ପ୍ରସନ୍ନ ହୋଇଲେ ଦେଵ ମହାଦେବ
ତପେ ବର କୋପେ ବର।
ଜୟ ଜୟ ପ୍ରଭୁ ବାବା ମହେଶ୍ୱର
ତୁମେ ତ କୈଳାସପତି
ମନୋଵାଞ୍ଛା ସବୁ ପୂର୍ଣ୍ଣ କରିଦିଅ
କରୁଛି ଏହି ମିନତି।