Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ଭାରଣ୍ଡ ପକ୍ଷୀ କଥା

ଭାରଣ୍ଡ ପକ୍ଷୀ କଥା

1 min
215


ପଞ୍ଚତନ୍ତ୍ର କାହାଣୀରୁ ଗଳ୍ପ ଗୋଟେ ଭାଇ l

ମନେପଡ଼େ ଯାହା ମୁହିଁ ଦେଉଅଛି କହି ll


ସାଗରତୀରରେ ବାସ ବୁଲେ ଲଣ୍ଡ ଭଣ୍ଡ l

ପକ୍ଷୀ ତା ନାମ ଭାରଣ୍ଡ ଦୁଇଗୋଟି ମୁଣ୍ଡ ll


ସାଗର କୂଳରୁ ଖୁଣ୍ଟି ଖାଏ ପୋକ ଯୋକ l

ଏକୁ ଆନ ସହଯୋଗେ ଦୁଇଟି ତା ମୁଖ ll


ସାଗର ତୀରେ ଭାରଣ୍ଡ ଦିନେ ବୁଲୁଥିଲା l

ପ୍ରଥମ ମୁଖ ତାହାର ଫଳଟେ ପାଇଲା ll


ଅମୃତ ପ୍ରାୟ ସ୍ୱାଦିଷ୍ଟ ଥିଲା ଫଳ ଗୋଟି l

ଖାଇବା ପାଇଁ କନ୍ଦଳ କଲେ ବେନି ପାଟି ll


ପ୍ରଥମ କହିଲା ମୁଁ ଯେ ଫଳ ଅଛି ପାଇ l

ଏକଲା ଭକ୍ଷିବି ମୁହିଁ ତତେ ଦେବି ନାହିଁ ll


ଦ୍ୱିତୀୟ ମୁଖଟି ତେଣୁ ଚିନ୍ତାକଲା ମନେ l

ମୂର୍ଖ ପ୍ରଥମକୁ ମୁହିଁ ଦେବି ନିଶ୍ଚେ ପାନେ ll


ଅନ୍ୟଦିନେ ଦ୍ୱିତୀୟକୁ ଫଳଟେ ମିଳିଲା l

ଦୁର୍ଭାଗ୍ୟକୁ ତାହା ଏକ ବିଷ ଫଳ ଥିଲା ll


ଦ୍ୱିତୀୟ କହିଲା ତହୁଁ ପ୍ରଥମେ ଦେଖାଇ l

ଦେଖ ଏ ଫଳକୁ ମୁହିଁ ଦେଉଅଛି ଖାଇ ll


କୃତକର୍ମ ପାଇଁ ତୋର ଭୋଗ ଏବେ ଦଣ୍ଡ l

ପ୍ରଥମ କଥା ନମାନି ମଲା ସେ ଭାରଣ୍ଡ ll


ବିଷ୍ଣୁଶର୍ମା ରାଜ ପୁତ୍ରେ ଏ କାହାଣୀ କହି l

ସାର ମର୍ମ କି ରହିଲା କହିଲେ ବୁଝାଇ ll


ପରସ୍ପର ମଧ୍ୟେ ଯେବେ ବୁଝାମଣା ଭଲ l

ଯୁଗ୍ମ ଭାରିଜା ଥିଲେ ବି ସୁଖେ ଯାଏ କାଳ ll



Rate this content
Log in

Similar oriya poem from Inspirational