ଜାଗ୍ରତ ହୁଅ ନାରୀ ଜାତି
ଜାଗ୍ରତ ହୁଅ ନାରୀ ଜାତି
ଜାଗ୍ରତ ହୁଅ ନାରୀ ଜାତି
ନାହୁଁ ଆମେ ଅବଳା
କାହିଁ ହେବା ଦୁର୍ବଳା
ଝାନ୍ସିରାଣୀ ସମ ଆମେ
ଅଟୁ ସାହାସୀ ବୀରବାଳା।
ଦ୍ରୋପତି , ଗାର୍ଗୀ, ସୀତା, ସାବିତ୍ରୀ, ତାରା
ଜୀବନ ଯୁଦ୍ଧ ରଣାଙ୍ଗନରେ
ଯାଇ ନାହାଁନ୍ତି ହାରି
ନିଜ ଶକତି ଜାଣିଲେ
ଆଗକୁ ଯିବା ମାଢ଼ି।
ପାଦରେ ପାଦ ମିଶାଇ
ଲକ୍ଷ୍ୟ ପଥେ ଚାଲି
ଦେଖାଇବୁ ଦକ୍ଷତା
ଆସିଅଛି ଶୁଭବେଳା।
କନ୍ୟା, ଜନନୀ, ଭଗିନୀ, ଜାୟା
ଲକ୍ଷ୍ମୀ, ସରସ୍ଵତୀ, ଦୁର୍ଗା, କାଳୀ
ଏ ନାରୀ ଜାତିର ଗରୀମା
ନାହୁଁ ଆମେ ଅସହାୟ
ଗଭୀର ସାଗର ଭଳି ଆମେ ଧର୍ଯ୍ୟଶୀଳ।
ଜାଗ୍ରତ ହୁଅ ନାରୀ ଜାତି
ଅଧିକାରକୁ ସାବସ୍ତ କର
ହେଲେ ନାରୀଟିଏ ଶିକ୍ଷିତ
ଦେଶ ହୋଇବ ଅଗ୍ରସର।
ସୁନାରୀ ନେତ୍ରୀ ଇନ୍ଦିରାଗାନ୍ଧୀ
&n
bsp; ଲୌହ ମାନବୀ ରୂପ
କଳ୍ପନା କଲେ ଚନ୍ଦ୍ରମା ପାଶେ
ନୁହେଁ ତ ଏହା ଗପ।
ମୁକ୍ତ ବିହଙ୍ଗମ ସମ ଡେଣା ମେଲାଇ
ମାପିଯିବୁ ଆମେ ଆକାଶର ପରିସୀମା।
ସାଇନା, ଦୂତି, ସାନିଆ,ମେରୀ
ମିତାଲୀ, ଅନୁରାଧା
ବଛେନ୍ଦ୍ରୀ ପରି ଝିଅ ସବୁରୀ
ଏହି ଦେଶର ନାରୀ
ଅସାଧ୍ୟ ଲଙ୍ଘି ଗଲେ।
ବଧୂହତ୍ୟା, ଭ୍ରୁଣ ହତ୍ୟା,
ନାରୀର ଚିରହରଣକୁ
ନ ସହିବୁ ଆଜି
ଆକାଂକ୍ଷାର ଶହ ଶହ
ମଶାଲ କୁ ଜଳାଇବୁ ଆଜି।
ଆମେ ଜ୍ଞାନମୟୀ, ବୁଦ୍ଧି ମତି
ସ୍ନେହ ବାତ୍ସଳା ମା
ଆଜି ଲେଖନୀ ହାତେ
ଲେଖିବି ଉଦବୋଧନୀ କବିତା।