Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ପ୍ରଣବ

ପ୍ରଣବ

1 min
166



ସର୍ବୋତ୍ତମ ସୁରକ୍ଷିତ ମୁଁ ଶ୍ରେଷ୍ଠ

ଚଉଦିଗେ ଯାହା ଅଛି ସୁଖ

ସେ ସବୁ କେବଳ ହିଁ ମୋର

ମୁଁ ଅଧୀଶ୍ଵର ।

ମୁଁ, ନିଜ ମଧ୍ୟେ ଏକ ଶୂନ୍ୟ ସ୍ଥାନ

କେନ୍ଦ୍ରାକର୍ଷୀ ଅନ୍ଧ କୃଷ୍ଣ ଗର୍ତ୍ତ,

ଅହଙ୍କାର ସର୍ବସ୍ୱରେ ପ୍ରଲମ୍ବିତ

ଅବିଶ୍ୱାସବାଦ ନିରୀଶ୍ୱର

 ଅଦୃଶ୍ୟ ଦୁର୍ଭେଦ୍ୟ ଅଟେ ତାହାର ପ୍ରାଚୀର ।


ଅଛି ବୋଲି ପୃଥିବୀ ତ

ସମ୍ଭବିଛି ଜାତି ଜାତି ପ୍ରଜାତି ମଣିଷ,

ମୁଁ ଆମ୍ଭେ ତୁମେ ର ରହିଅଛି ସ୍ଥିତି

ଏ ସମୃଦ୍ଧ ବର୍ତ୍ତମାନ ମହାକାଳ

ଭୂତ ଓ ଭବିଷ୍ୟ,

ଗତି ସ୍ଥିତି ସମୟର ଲୁଚକାଳି ଖେଳ ।


ଶବ୍ଦ ଆସୁରିକ ମୁଁ

ଧ୍ୱଂସକାରୀ ପ୍ରତିକୂଳ ବିଷମ ମୁଁ କାର,

ଅମୃତ ଫଳ ବିଶ୍ୱାସ ଈଶ ଉପାସନା

ଅନୁକୂଳ ସ୍ଥିତି ସୁସଂସ୍କାର

ସ୍ୱଚ୍ଛନ୍ଦ ସ୍ୱସ୍ତିକ ବିନ୍ଦୁ ଅଟଇ ଜୀବନ

ଅତଏବ ଭଜମନ ପ୍ରଣବ ଓଁକାର

    

    ---------------


Rate this content
Log in

Similar oriya poem from Inspirational