କରୋନା
କରୋନା
କଲବଲିଆ ମହାମାରୀ
ଆଉଥରେ ଲକ୍ ଡାଉନ୍ ଆସିଗଲା ଫେରି
ବଡ଼ କଲବଲ କରେ ଏ ମହାମାରୀ,
ଆଉଥରେ ଜୀବନରେ କରୁଚି ସେ କେଳି
ବଡ଼ କଲବଲ କରେ ଏ ମହାମାରୀ।
ଆଉଥରେ ନିଜଘରେ କରିଦେଲା ବନ୍ଦୀ
ମଣିଷ ମନରେ ପୁଣି ଆସିଗଲା ଦ୍ୱନ୍ଦି,
ଆଉଥରେ ଚାରିଆଡ଼େ ଶୁଭେ ହାହାକାର
ଆଉଥରେ ଖେଳୁଚି ସେ ମରଣର ଖେଳ,
ଆଉଥରେ କଲିଯାରେ ମାରିଦେଲା ଛୁରୀ
ବଡ଼ କଲବଲ କରେ ଏ ମହାମାରୀ।
ଆଉଥରେ ବସିଲାରେ ମରଣର ହାଟ
ଆଉଥରେ ବନ୍ଦହେଲ ସବୁରି କବାଟ,
ଶବ ମାଳମାଳ ହେଲା ପୁଣି ଆଉଥରେ
ମରଣ ପୁଣି ଜଗିଲ ସବୁରି ଦୁଆରେ।
ଆଉଥରେ ସିଏ ଲୋଡେ ପୁଣି ନରବଳି
ବଡ଼ କଲବଲ କରେ ଏ ମହାମାରୀ।