STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଏଇତ ଜୀବନ

ଏଇତ ଜୀବନ

1 min
6



ଏଇତ ଜୀବନ  କ୍ଷଣ କ୍ଷଣେ ଆନ

      ଆଜି ଅଛି କାଲି ନାହିଁ

ଜନମ ଯାହାର  ମରଣ ତାହାର

     ଅଦୃଶ୍ୟ ରେ ରହି ରହି।

ବୁଝି ହୁଏ ନାହିଁ   ଶ୍ରୀ ଜଗନ୍ନାଥ ଙ୍କ

      ଅପାର ଲୀଳା ନିହିତ

ଅଢେ଼ଇ ଦିନର   ବଢେଇ ନ କରି

      ଶରଣେ ହେବା ନିର୍ଲିପ୍ତ।

ମୋହ ମାୟା ଜାଲ   ଛିଣ୍ଡାଇ ପାରିଲେ

      ଜଞ୍ଜାଳୁ ହୋଇବ ମୁକ୍ତ

ନିଜ ସ୍ବାଭିମାନ&

nbsp;  ନିଜ କର୍ମ ମାନ

       ଜୀବନ ଗଢଇ ଶକ୍ତ।

ମରଣ ପୁର୍ବରୁ   ସ୍ମୃତି ଟିଏ ରଖି

       ସଂସାର ପଥ ଛାଡ଼ିବା

ଉତ୍ତର ପିଢ଼ିଏ   ମନରେ ହେଜିବେ

       ସନ୍ତକ ଟିଏ ରଖିବା।

ସେ ସନ୍ତକ ହେଉ  ଚିର ସ୍ମରଣୀୟ

       ନିଜର ସମାଜ ପାଇଁ

ଜଗନ୍ନାଥ ସ୍ଵାମୀ  ଆଶିଷ ବର୍ଷିବେ

       ଚିତ୍ତେ ରଖ ସଦା ଧ୍ୟାୟୀ।



Rate this content
Log in

Similar oriya poem from Action