ଋତୁ ଆସେ ଋତୁ ଯାଏ
ଋତୁ ଆସେ ଋତୁ ଯାଏ
ଋତୁ ଆସେ ଋତୁ ଯାଏ ଏ ଧରାରେ
ପ୍ରତି ବର୍ଷ ନିୟମିତ
ଗ୍ରୀଷ୍ମ ପରେ ବର୍ଷା ଶରତ ହେମନ୍ତ
ଶୀତ ବସନ୍ତର ମିତ।
ଗ୍ରୀଷ୍ମ ରେ ପ୍ରଚଣ୍ଡ ରୌଦ୍ର ତାପ ହୁଏ
ବର୍ଷାରେ ବାରି ଧାରା
ଶରତ ରେ ଶୁଭ୍ର ବାଦଲ ଭାସଇ
ମନୋରମ ଦିଶେ ଧରା।
ହେମନ୍ତେ ପଡ଼ଇ ଟୋପା ଟୋପା ହୋଇ
କାକର ଯେ ଢଳ ଢଳ
ଶୀତ ରେ ବହଇ  
; ଶୀତୁଆ ପବନ
ଦେହ ଲୋଡ଼ଇ କମ୍ବଳ।
ବସନ୍ତେ ମଳୟ ବହେ ମୃଦୁ ମନ୍ଦ
କୋଇଲି ର କୁହୁ ତାନ
ସନ୍ତାପିତ ମନେ ସରାଗ ଆଣଇ
ମହକଇ ସର୍ବ ପ୍ରାଣ।
ଏ ସବୁକୁ ଯିଏ ବିଧାନ କରନ୍ତି
ସର୍ବ ନୀୟନ୍ତା ଶ୍ରୀ ହରି
ତାଙ୍କରି ଚରଣେ ଶରଣ ପଶିଲେ
ଶୁଣିବେ ଭକ୍ତ ଗୁହାରୀ।