STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଆଉ ନ ଡାକିବୁ ରାଧିକା ବୋଲିରେମୁରଲୀ

ଆଉ ନ ଡାକିବୁ ରାଧିକା ବୋଲିରେମୁରଲୀ

1 min
6



ଆଉ ନ ଡାକିବୁ ରାଧିକା ବୋଲି ରେ

       ମୁରଲୀ ମୋ କଥା ମାନି 

ବାଟେ କେ କହନ୍ତି ନାନାଦି ପ୍ରକାରେ

       ଲାଜେ ହେଲି ଅଭିମାନୀ।

ଗୋପ ଗୋପାଙ୍ଗାନା  ଟାହି ଟାପରାରେ 

       ଆଉ ନ ପାରଇ ସହି

କଦମ୍ବ ମୂଳରେ  କାହ୍ନା ଛପିଅଛି

       ରାଧିକା ସେ ଲାଗି ଦାୟୀ।

କେତେ ନାମେ ଆହା କଣ୍ଟ ଦେଉଛନ୍ତି

       ଜାଣି ରଖ ରେ ମୁରଲୀ

ଯମୁନା କୂଳରେ  କଦମ୍ବ ମୂଳରେ

       ଗଲି ଯଦି ମୁହିଁ ମଲି।

ଚୁଗୁଲୀ କରନ୍ତି   ଗୋପାଳ ବାଳକେ

       ଧନୁ ବତ୍ସା ସଙ୍ଗତରେ

ମୁରଲୀ ଫୁଙ୍କିବେ  ସେ ମୁରଲୀଧର

       ଭିନ୍ନ ଭିନ୍ନ ଶବଦରେ।

ଦେହର ବସନ   ପାଲଟିବା ବେଳେ

      କାହ୍ନା ଥିବ ଉହାଡରେ

ସମସ୍ତେ ଫେରିବେ &

nbsp;ରହିଥିବ ରାଧା

       ଯୁଗଳ ମିଳନ ବାରେ।

କେ କେତେ ନାମରେ   ନାଗରା ଦିଅନ୍ତି

       ମୁରଲୀ ଡେରି ଥା କର୍ଣ୍ଣ

ମୁଁହ ପୋଡିଯାଏ  ଲାଜରେ ମୋହର

       ଗୌର ତନୁ ହୁଏ କ୍ଷୀଣ।

ପ୍ରତିଟି ମୁହୂର୍ତ୍ତ   ବିତଇ ମୋହର

       କେତେ କଷ୍ଟ କେତେ ଦୁଃଖ

ଆଉ ନ ଡାକିବୁ  ରାଧିକା ବୋଲି ରେ

       ପାଇଲିନି ଟିକେ ସୁଖ।

ମୁରଲୀ ଫୁଙ୍କାଙ୍କ  କି ଗୁଣ ଗାଇବି

       ବିଷାଦେ ଦେଇ ଆନନ୍ଦ

ମିଳନ ପର୍ବରେ   ହୁଅନ୍ତି ସାମିଲ

       ଦୂର କରି ନିରାନନ୍ଦ।

ରାଧା କୃଷ୍ଣ ପାଇଁ   କୃଷ୍ଣ ରାଧା ପାଇଁ

       ମୁରଲୀ ରେ ତୁହି ବାଇ

ଯେତେ ମନା କଲେ   ଗୁମରି ଉଠୁଛୁ

       ଶରଣ ପଶୁଛି ରାଇ।



Rate this content
Log in

Similar oriya poem from Action