ମହକ
ମହକ
ମୋର ବିଦ୍ୟାଳୟ ମହକ ମଲ୍ଲିର
ଭୁଲି ଜମା ପାରୁ ନାହିଁ
ନିରୋଳାରେ ଯେବେ ଭାବଇ ମୁଁ କେବେ
ଦୂର ଦିଗବଳୟ ଚାହିଁ।
ବିଦ୍ୟାଳୟ ମୋର ଅଟେ ତରିକୁଡ
ଅଭୁଲା ସେ ସ୍ଵର୍ଣ୍ଣ ଦିନ
ସାଙ୍ଗ ସାଥି ଖେଳ ଅତୁ ଟା ସେ ମେଳ
ଖୋଜୁ ଥାଏ ନିତି ଦିନ
ସପନ ରେ ସଦା ଆସି ଚାଲି ଥାଏ
ପୁଲକ ତା କଥା କହି।
ଶୈଶବ କୈଶୋର ସାଥି ବିନା ସବୁ
ଲାଗୁ ଅଛି ରଙ୍ଗ ହୀ ନ
କେମିତି କହିବି ବନ୍ଧୁ ବିନା ସବୁ
ଫିକା ଲାଗେ ପୂର୍ଣ୍ଣ ଜହ୍ନ।
ଏ ମନ ଖୋ ଜୁ ଛି ସେହି ବିଦ୍ୟାଳୟ
ପଣତ ଛାଇର ସେଂହ୍।
ବନ୍ଧୁ ମିଳନର ସମୟ ପାଇଛି
ଇଶ୍ଵର ଙ୍କୁ ଭିକ୍ଷା ମାଗେ
ସମୟ ସାଙ୍ଗରେ ସବୁ ବଦଳିଛି
ମନରେ ସପନ ଜାଗେ।
ହୃଦୟ ପୁରିଛି ମନ ବି ପୁରିଛି
ଆଶା କଳପନା ବହି।
ସ୍ରଷ୍ଟା ବିନା ନାହିଁ ସୃଷ୍ଟି ଜଗତ ର
ଏ କଥା ରଖିବା ଲୟ
ସୃଜନେ ନିହିତ ଅଦୃଶ୍ୟ ର ହାତ
ଏହି ମୋର ବିଦ୍ୟାଳୟ
ଶରୀର ପ୍ରକ୍ରିୟା ଯେତେ ସବୁ କ୍ରିୟା
ଦେଖ ବିଦ୍ୟାଳୟ ସେହି।