Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ମହାତ୍ମା ଗାନ୍ଧିଜୀ ବାପୁଜୀ

ମହାତ୍ମା ଗାନ୍ଧିଜୀ ବାପୁଜୀ

1 min
195



ସତ୍ୟର ପ୍ରଦୀପ ଅନ୍ଧାରକୁ ଆଲୋକିତ କଲା 

ସତ୍ୟାଗ୍ରହର ପଥ ହେଲା ଅନୁସରଣ

ସେହି ସତ୍ୟାଗ୍ରହର ତେଜ ରେ ଚମକି ଉଠିଲା

ଭାରତର ସ୍ଵାଧୀନତା ପର୍ବ ଆୟୋଜନ

ସତ୍ୟ-ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ପାଦ ବଢାଇ

ଯିଏ ପଛକୁ କେବେ ଚାହିଁ ନ ଥିଲେ ଫେରି

ସେହି ମୋହନ ଦାସ କରମ ଚାନ୍ଦ ଗାନ୍ଧୀ,ବାପୁ

ମହାତ୍ମା ଗାନ୍ଧୀ,ଆମ ପ୍ରିୟ ବାପୁ ସବୁରି

ଦେଶ ମାତୃକା କୁ ସମ୍ମାନ ସହ ସର୍ବସ୍ବ ଭୁଲି

ସ୍ୱାଧୀନତା ସଂଗ୍ରାମ ପାଇଁ ଦେଲେ ଆହ୍ବାନ

ଉଚ୍ଚ ଚିନ୍ତାଧାରା ଓ ସରଳ ଜୀବନ ଯାପନ

ବାପୁଜୀ ଆପଣାଇଲେ ଖଦୀ ପରିଧାନ

ସତ୍ୟ ଅହିଂସାର ପ୍ରତୀକ କ୍ଷମା ର ମୂଳଦୁଆ

ରାମରାଜ୍ୟ ସମର୍ଥକ ନିଃସ୍ୱାର୍ଥ ସେବକ 

ଜାତିବାଦ ଅସ୍ପୃଶ୍ୟତା ବିରୋଧରେ ଜାଗରଣ

ବାପୁଜୀଙ୍କ ଭାଇଚାରା,ସ୍ଵଚ୍ଛତାର ଡାକ

ବାପୁଜୀଙ୍କ ସ୍ୱାଧୀନତା ସଂଗ୍ରାମ ଆହ୍ବାନ ଶୁଣି

ସ୍ଵେଚ୍ଛାକୃତ ଭାବେ ଜନତାଙ୍କ ଯୋଗଦାନ

ଇଂରେଜଙ୍କ ଶାସନର ମୂଳଦୁଆ ଦୋହଲିଲା 

ସ୍ୱାଧୀନତା ପାଇଁ ରାସ୍ତା ଖୋଲିଲା ବହନ

ବାପୁ ନିଜେ ଲାଠି ର ସାହାରା ନେଇ ଚାଲୁଥିଲେ

ଅଥଚ ଲାଠି କେବେ ବି ନ ଥିଲେ ଉଚାଇ 

ଧୋତି ପିନ୍ଧି ସରଳ ବେଶ ପୋଷାକରେ ବି ଥାଇ

କହୁଥିଲେ, ଶତ୍ରୁ କୁ ବି ଆକ୍ରମଣ ନାହିଁ

ବାପୁଜୀଙ୍କ ବାଣୀ "ଦୟା ପ୍ରେମ ଭାବନା ରଖନ୍ତୁ"

ନିଜ ନିଜର କ୍ରୋଧକୁ ଧରି ରଖ ନାହିଁ

ପ୍ରକୃତିର ନିୟମରେ ପଶୁ ପ୍ରତିଶୋଧ ନିଏ

ମଣିଷ ହୋଇଣ,ଅମଣିଷ ହୁଅ ନାହିଁ

ଗାନ୍ଧିଜୀ ନାମ ହିଁ,ଜୀବନର ଅଟଇ ଦର୍ଶନ

ସବୁଦିନ ଅକ୍ଷୁର୍ଣ୍ଣ ରହିବ ହିଁ ରହିବ

ଯେ ପର୍ଯ୍ୟନ୍ତ ଏ ବିଶ୍ୱ ବ୍ରହ୍ମାଣ୍ଡ ବିଦ୍ୟମାନ ଅଛି

ମହାତ୍ମା,ଗାନ୍ଧିଜୀ,ବାପୁଜୀ ନାଁ ରହିଥିବ



Rate this content
Log in

Similar oriya poem from Abstract