ମହାପ୍ରଭୁଙ୍କର ବାଙ୍କଚୂଡ଼ ବେଶ
ମହାପ୍ରଭୁଙ୍କର ବାଙ୍କଚୂଡ଼ ବେଶ


କାର୍ତ୍ତିକ ପବିତ୍ର ମାସ ପଞ୍ଚୁକରେ ପାଞ୍ଚ ବେଶ
ଶୁକ୍ଳ ଦ୍ୱାଦଶୀ ତିଥିରେ ବେଶ ବାମନ
ପର°ବ୍ରହ୍ମ ଜଗନ୍ନାଥ ଶଙ୍ଖକ୍ଷେତ୍ରେ ବସି ସେତ
ବିଚିତ୍ର ଅଦ୍ଭୁତ ଲୀଳା କରନ୍ତି ଜାଣ
ବାଙ୍କଚୂଡ଼ ବେଶେ କାଳିଆ
ବାଙ୍କ ଚାହାଁଣୀରେ ଦେଖେ ସାରା ଦୁନିଆଁ ll
ଦ୍ୱାପର ଯୁଗେ ଶ୍ରୀକୃଷ୍ଣ ଚୋରି କରେ ଗୋପୀ ମନ
ନାନା କର୍ମେ ରଙ୍ଗେ କାହ୍ନା ପ୍ରିୟ ସବୁରି
ବାଙ୍କ ଚୂଡ଼ ଠାଣି ଦେଖି ଅକ୍ରୁର ହୋଇଲେ ସୁଖି
ସ୍ମୃତିରେ ମନ୍ଦିରେ କରୁ ବେଶ ତାହାରି
ବାଙ୍କଚୂଡ଼ ବେଶ କରିଣ
ଆନନ୍ଦ ମନରେ କରୁ ପ୍ରଭୁ
ସ୍ମରଣ ll
ଶଙ୍ଖ ଚକ୍ର ଧରି ହାତେ ଅଳଙ୍କାରେ ଜଗନ୍ନାଥେ
ଚନ୍ଦ୍ରିକା ସୁବର୍ଣ୍ଣ ଚୂଳ ଶିର ଦେଶରେ
ହଳ ଲଙ୍ଗଳ କର ରେ ଧରି ପ୍ରଭୁ ବଳଭଦ୍ରେ
ସୁବର୍ଣ୍ଣ ଭୂଷଣେ ଦେଖ ଦେବ ସୁନ୍ଦରେ
ବାଙ୍କଚୂଡ଼ ପ୍ରଭୁ ବେଶରେ
ଆଡଖୋସା ଝୁଲି ରହେ ଯେ ଦକ୍ଷିଣରେ ll
ନୀଳ କନ୍ଦରେ ଶ୍ରୀହରି ଜଗନ୍ନାଥ ରୂପ ଧରି
ସତ୍ୟ ଧର୍ମ ଶାନ୍ତି ପଥ ପ୍ରଚାର କରି
ଡାକୁଛନ୍ତି ହାତଠାରି ମୋହ ମାୟା ତ୍ୟାଗ କରି
ଆସହେ ଶରଣେ ଭକ୍ତ ହୋଇବ ପାରି
ବାମନ ବେଶକୁ ଦର୍ଶନ
କରିବା ସନ୍ତୋଷେ ଗାଇ ପ୍ରଭୁ ଜଣାଣ ll