STORYMIRROR

Henarani Senapati

Classics Inspirational Others

3  

Henarani Senapati

Classics Inspirational Others

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
327


ତୁମ ଛଡା ମତେ କେହି ତ ଜାଣିନି, 

ଆହେ ମହେଶ୍ୱର ଶୁଣ ।

ହୃଦୟରେ ମୋର ତୁମ ଶ୍ରୀ ନାମ ଟି

ଆସି ଯାଏ ପୁନଃପୁନଃ ।


ନିରବ ସିନା ମୁଁ ଯାହା କିଛି ଭାବେ

ତୁମେ ତ ମୋର ସରଵ ।

ମୋ ମନର କଥା ହୃଦୟ ର ବ୍ୟଥା

ଜାଣ ନାହିଁ କି ହେ ଦେବ।


ମଉନେ ବସିଛ ମୁଦ୍ରିତ ନୟନେ 

ତୃତୀୟ ନୟନ ଥାଇ ।

ନୀଳିମା କଣ୍ଠରେ ଶୋଭିତ ଋଦ୍ରାକ୍ଷ ,

ନମେ ଗଙ୍ଗାଧର ସାଇଁ ।


ଜଟାକୁଟଧାରୀ ହେ କର୍ପୂର ଗୌର

ଭୁଜଙ୍ଗତୁଙ୍ଗ ଶୋଭିତ ।

ମସ୍ତକେ ଚନ୍ଦ୍ରମା ଚନ୍ଦ୍ର ଶେଖର ହେ

ଚରଣେ ଅନୁସରିତ ।


ଭସ୍ମବିଲେପିତ ବ୍ୟାଘ୍ରାମ୍ବର ପ୍ରୀତ

ସଦାନନ୍ଦ ଉମାପତି ।

ସର୍ପବିମଣ୍ଡିତ ହେ ପିନାକପାଣି

 ତ୍ରିଲୋଚନ ହେ ଶ୍ରୀ ପତି ।


ଧରିଛନ୍ତି ହସ୍ତେ ତ୍ରିଶୁଳ ଡମ୍ବରୁ, 

ଦର୍ଶନେ ପୁରିତ ମନ ।

ଯେତେ ମନୋବାଞ୍ଛା ପୂର୍ଣ୍ଣ କର ପ୍ରଭୁ, 

ଅଳ୍ପ କେ ହୁଅ ପ୍ରସନ୍ନ ।


ତ୍ରିପୁରରେ ଶ୍ରେଷ୍ଠ ଆହେ ବିଶ୍ୱନାଥ, 

ତୁମ ନାମ ଏଠି ସତ୍ୟ ।

ତୁମ ନାମ ଛଡା ଆଉ ସବୁ ମିଛ 

ମୋହ ମାୟା ଯେ ଅନିତ୍ୟ ।


ଭକ୍ତ ବନ୍ଧୁ ତୁମେ ଭକତିରେ ବନ୍ଧା

ଭକ୍ତ ମୟ ଏ ସଂସାର ।

ଭକ୍ତି ରେ ପ୍ରଣାମ କରଇ ପ୍ରଭୁ ହେ 

ଭକ୍ତି ରେ ଗ୍ରହଣ କର ।

       

    


Rate this content
Log in

Similar oriya poem from Classics