STORYMIRROR

Satyabati Swain

Classics

3  

Satyabati Swain

Classics

ପବନ ଚୋର

ପବନ ଚୋର

1 min
407


 ହଠାତ୍ 

 ଅଦ୍ଭୁତ ଚୋରଟିଏ ଆସେ

 ପବନ ଚୋରି କରିବାକୁ

 ଅତି ନିଷ୍ଠୁର ସେ

 କାଢି ନିଏ ନିଃଶ୍ବାସ ଟିକକ। 

 

 ଚିର ନିଦ୍ରାରେ ଥାପୁଡ଼ାଇ  

 ଶୁଆଇ ଦିଏ ଜୀଵଙ୍କୁ

 ତା କୁହୁକ ଥାପୁଡ଼ା ନିଦରୁ

 ଉଠିନି ଏଯାବତ କେହି। 

 

 ବହଳ ଅନ୍ଧାର ଆଲିଙ୍ଗନରେ

 ହଜି ଯାଏ ଆଜୀବନ ମଣିଷ ସତ୍ତା

 ସୁନ୍ଦର ନାମ ,ସମ୍ବୋଧନ ବଦଳରେ

 ଶବ, ମୂର୍ଦ୍ଦାର, ମଢା ନାମ ହୁଏ ତାର।


ଏନ୍ତୁଡ଼ି ନିଆଁରୁ 

ମଶାଣୀ ନିଆଁ ପର୍ଯ୍ୟନ୍ତ 

ଅଣ ନିଃଶ୍ବାସୀ ଦୌଡାରେ 

ମଣିଷ ଆକ୍ତାମାକ୍ତା। 


ଅଳିକ ମିଛ ମାୟାର 

ସୁନା ହରିଣ ପଛରେ 

ଧାଇଁ ଧାଇଁ ହେଉଛି ବେହାଲ୍ 

ସବୁ ମିଛ ଭିତରେ ଜଗତର ଧ୍ରୁବ, 

ଅତ୍ୟନ୍ତ ପୀଡା ଦାୟକ ସତ୍ୟଟିଏ 

ପ୍ରକୃତ ବନ୍ଧୁଟିଏ

"ପବନ ଚୋର" ।

 

ଜୀବର ଶେଷ ବନ୍ଧୁ ସେ,

ଶେଷ ଯାଏ ସାଥେ ରହି

ନେଇ ଯାଏ ମଣିଷ ର

ଶେଷ ଠିକଣା ମଶାଣୀକୁ।



  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics