ମାନବିକତା
ମାନବିକତା
ଶ୍ରେଷ୍ଠ ଜୀବ ବୋଲି
ମଣିଷ ବୋଲାଏ
ଦମ୍ଭେ ବିଶ୍ୱ ଦରବାରେ,
ମନୁଷତ୍ୱ ଗୁଣେ
ସତେକି ଉତ୍କୃଷ୍ଟ
ବଳିଷ୍ଠ ବିଚାର ଧାରେ l
ସ୍ୱାର୍ଥ ମେଧ ଯଜ୍ଞରେ
ସ୍ୱାର୍ଥ ପରିବର୍ତ୍ତେ
ମନୁଷତ୍ୱ ହୁଏ ସ୍ୱାହା,
ଚଉଦିଗେ ଦେଖ
ମାୟାର କୁହୁଡି
ମିଥ୍ୟା ପ୍ରତାରଣା ଯାହା l
ବଦ୍ଧ ପରିକର
ବିଚାର ଧାରାରେ
ସିଦ୍ଧାନ୍ତ ରେ ଉପନୀତ,
ସଚ୍ଚୋଟ ପଣରେ&nbs
p;
ସ୍ଵଚ୍ଛତା ଆତ୍ମାରେ
ହୁଏ କି ସେ ପ୍ରତିଭାତ l
ସମ୍ମାନରେ ଯୋଗ୍ୟ
ହୁଏ ସମ୍ମାନିତ
କର୍ମଫଳେ ପରିଚିତ
ବିଚାରେ ବଳିଷ୍ଠ
ହୁଏ କାଳ ଜୟୀ
ସାର୍ବଜନିନେ ବିଦିତ l
ବିଶୁଦ୍ଧ ବିଚାର
ସଂସ୍କୃତି ସଂସ୍କାର
ପ୍ରମାଣ ତା ପରିଚୟ
ମଣିଷ ପଣିଆ
ସେବା ସହଯୋଗେ
ଜୀବନ ଟା ପୂର୍ଣ୍ଣମୟ l