STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ନାସ୍ତିକ

ନାସ୍ତିକ

1 min
340


କେତେ ଆଶା ନେଇ ପୁତ୍ର ପିତା ମାତା ଜନ୍ମ ଦିଅନ୍ତି

କୂଳ ଉଜ୍ବଳ କରିବ କୂଳ ନନ୍ଦନ ବିଶ୍ୱାସ ରଖି ଥାନ୍ତି

ଯେବେ ସନ୍ତାନ ନାସ୍ତିକ ହୋଇ ଯାଏ

କାହା କଥା ଶୁଣେ ନାହିଁ ଅମାନିଆ ହୁଏ

ପିତା ମାତା ଙ୍କୁ ଅପମାନ ଦିଅଇ

ନିର୍ଦୟି ପାପୀ ସେ ସନ୍ତାନ ଅଟଇ

ସମାଜ ରେ ସେହି ବ୍ୟକ୍ତି ସମ୍ମାନ ପାଏ ନାହିଁ

ଯିଏ ନାସ୍ତିକ ସ୍ଵଭାଵର ହୋଇ ଥାଇ

ନାସ୍ତିକ ବ୍ୟକ୍ତି କାହା କଥା ମାନେ ନାହିଁ

ନିଜ ଇଚ୍ଛା ରେ କାମ ସେ କରୁଥାଇ

ନାସ୍ତିକ ବ୍ୟକ୍ତି ର ବିବେକ ବୋଲି କିଛିନାହିଁ

ଭଲ ମନ୍ଦ ସେ କିଛି ନ ଜାଣଇ

ଅନ୍ୟ କୁ ଦୁଃଖ ଦେବାକୁ ନାସ୍ତିକକୁ ଭଲ ଲାଗଇ

କିଏ କାନ୍ଦିଲେ ନିଜେ ସେ ହସୁ ଥାଇ

ନାସ୍ତିକ ବ୍ୟକ୍ତି ଅମଣିଷ ପରି ହୋଇଥାଏ

ଅନ୍ୟକୁ ଯାତନା ଦେଇ ସର୍ବସ୍ଵ ଲୁଟିନିଏ

ନିସ୍ତିକ ଲୋକ ନିଜର ପର କିଛି ବୁଝେ ନାହିଁ

 ଅଜ୍ଞାନ ମୂଢ଼ ବୋଲି ତାକୁ ଜଗତ କୁହଇ 

ନାସ୍ତିକ ଲୋକ ଠାରୁ ଦୂରେଇ ରହିବ

ଉତ୍ତମ ସଙ୍ଗ ରେ ସଦା ଦିନ କାଟୁଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics