STORYMIRROR

Banasmita Panda

Abstract Romance Others

3  

Banasmita Panda

Abstract Romance Others

ମେଘ

ମେଘ

1 min
251


ଗଲା ବର୍ଷ ପରି ଏ ବର୍ଷ

ବର୍ଷାର ଧୀର ପାଦରେ ଆଗମନ

ଭାବିଥିଲି ତୁମେ ଭି ଆସିବ

ପ୍ରତିଟି ଵୁନ୍ଦରେ ଥିବ ଅନେକ ସ୍ବପ୍ନ

ଆକାଶରେ ମେଘ ତାର ପ୍ରୀତି

ବାଣ୍ଟୁଥିଲl ଅନବରତ

ସବୁଆଡେ ଥିଲା

ମଧୁର ପ୍ରାପ୍ତିର ଯନ୍ତ୍ରଣା

କିନ୍ତୁ ମୋ ଅପେକ୍ଷାର ଯନ୍ତ୍ରଣା

ଆହୁରି ବାକି ଥିଲା

କହିଯାଇଥିଲ ମେଘର ପ୍ରଥମ

ଵୁନ୍ଦ ସହ ହେବ ତୁମର ଆଗମନ

ଭରି ଯିବ ଆମ ଜୀବନର

ଯୁଗ ଯୁଗରୁ ଥିବା ଖାଲି ସ୍ଥାନ

ସବୁଜ ରଙ୍ଗର ଘାସରେ

ଲାଲ ଟୁକ ଟୁକ ସାଧବ ବୋହୂ

ମଥାରେ ଟୋପା

ଗଙ୍ଗଶିଉଳିରେ ମଣ୍ଡିତ ଗଭା

ଲାଲ ଅଳତା ସହ

ମୋତିଭରା ପାଉଁଜି

ଲାଲ ପାଟ ଜରି ଓଢଣୀ

ସତରେ କେତେ ଅସ୍ଥିର ଏ ମନ

କରି ବସିଲା ଏତେ ସ୍ବପ୍ନଭରା

ସରଞ୍ଜାମ

ନୀଳ ଆକାଶରେ ଦିନ ତମାମ

ଅମାନିଆ ବାଦଲ ଭର୍ତ୍ତି

ଖାଲି ଏଣେ ତେଣେ

ଭଷା ବାଦଲର ପ୍ରେମଭରା ଆବୃତ୍ତି

ଦିନ ଗଡ଼ିଲା ସଞ୍ଜ ତାର

ପଣତ ବିଛାଇଲା

ଜହ୍ନ ତାର ଶୀତଳ ଆଲୋକର

ସମୀକ୍ଷା କଲା

ସ୍ପଷ୍ଟ ହେଉନଥିଲା ତାର ଉଜ୍ୱଳତା

କି ଏ ତାର କପଟତା

ତଥାପି ପ୍ରେମରେ କଇଁ

କରିଥିଲା ପ୍ରତିଟି ମୁହୂର୍ତ୍ତ ଅପେକ୍ଷା

କାହୁଁ ସରି ସରି ଯାଉଛି

ଧର୍ଯ୍ୟର ବାଡ଼

ମସ୍ତିଷ୍କରେ ଅନେକ

ପ୍ରଶ୍ନ ଉଙ୍କି ମାରୁଛି

ଅମାନିଆ ହୃଦୟ କହୁଛି

ଏହିତ ପ୍ରେମ ଯାହାର ଅସ୍ତିତ୍ବ

ହରାଇବା ଏବଂ ଅପେକ୍ଷା !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract