STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

ମେଘ

ମେଘ

1 min
195


ହେ ମେଘ ତୁମେ ! ଗଗନ ନିବାସୀ

ରହିଥାଅ ତୁମେ ଦୁରେ ବହୁ ଦୂରେ 

ବରଷା ଋତୁରେ ଆସ ବରଷି ବରଷି

ଜୀବ ଜଗତେ ଭରିଦିଅ ଶାନ୍ତି ପରଷି।।


ହେ ମେଘ ତୁମେ! ଶାନ୍ତିର ପ୍ରଦାୟକ

ଗ୍ରୀଷ୍ମର ନିଦାଘ କଷ୍ଟରୁ କର ଯେ ଉଧାର

କୃଷକର ଅଟ ତୁମେ ଜୀବନ ଆଧାର

ତୁମ ବିନା ଏ ଜୀବଜଗତ ହୁଅନ୍ତି ଅଧୀର।।


ହେ ମେଘ ତୁମେ! ରୂପସୀ ସୁନ୍ଦରୀ

ଖଣ୍ଡ ଖଣ୍ଡ କଳା ଧଳା ରଙ୍ଗର ଶାଢ଼ୀ 

ପିନ୍ଧି ଗଗନେ ଯାଉଥାଉ ଯେବେ ଉଡ଼ି

କଳାମେଘ ଦେଖି ନାଚି ଉଠେ ମୟୂରୀ ।।


ହେ ମେଘ ତୁମେ! ପ୍ରାଣ ପ୍ରଦାୟିନୀ

ତୃଷାର୍ତ୍ତ ମନେ ଭରିଦିଅ ତୃଷ୍ଣା ଜୀବନୀ

ସାରା ଜୀବ ଜଗତ ହୁଅନ୍ତି ତୁମର ଋଣୀ

ତୁମବିନା ବୃକ୍ଷଲତା ଚାହାନ୍ତି ଚାତକ ଚାହାଣୀ।। 




Rate this content
Log in

Similar oriya poem from Romance