STORYMIRROR

Kishore Nayak

Abstract Children

3  

Kishore Nayak

Abstract Children

ମେଘ ସବାରୀରେ ଆସଇ ଫେରି

ମେଘ ସବାରୀରେ ଆସଇ ଫେରି

1 min
11


ଆଷାଢ଼-ଶ୍ରାବଣ ମାସକୁ ଧରି 

    ବରଷା ରାଣୀ 

    ବରଷା ଋତୁରେ 

ମେଘ ସବାରୀରେ ଆସଇ ଫେରି ll

ଶୁଖିଲା ନଈରେ ଉଛୁଳେ ନୀର 

    ଗ୍ରୀଷ୍ମ କାଳରେ 

   ନେଇଥିଲେ ଶୋଷି 

ପୃଥିବୀ ପୃଷ୍ଠରୁ ସେ ଦିବାକର ll

ଋତୁ ଚକ୍ରେ ପାଣି ଖେଳଇ ଦୋଳି 

     ତଳୁ ଉପର 

     ଉପରୁ ତଳ 

ବରଷା ଋତୁରେ ପକାଏ ଢାଳି ll

ନଦୀ-ନାଳ ସବୁ ଉଠଇ ପୁରି 

     ଉତପ୍ତ ଧରା 

    ଶୀତଳ ହୁଅଇ 

ଆକାଶୁ ବରଷା ପଡିଲେ ଝରି ll

ଆକାଶ ରାଇଜେ ତାହାରି ଘର 

    ବଧୂ ବେଶରେ 

    ଆସେ ଏ ଧରାକୁ 

ବଉଦ ସଜାଏ ଗଭାକୁ ତା'ର ll

ଆକାଶ ରାଇଜେ ସମୟ ସାରି 

    ବରଷା ରାଣୀ 

    ଏ ଧରାକୁ ପୁଣି 

ମେଘ ସବାରୀରେ ଆସଇ ଫେରି ll


Rate this content
Log in

Similar oriya poem from Abstract