STORYMIRROR

Sambit Srikumar

Abstract Tragedy Inspirational

3  

Sambit Srikumar

Abstract Tragedy Inspirational

ମଦର୍ସ ଡ଼େ

ମଦର୍ସ ଡ଼େ

1 min
232


ସାତସିଆଁ ମଳି ଜୁଡୁବୁଡୁ ଲୁଗାଟିଏ

ପିନ୍ଧି ଶିରାଳ ହାତରେ ବାସନ ମାଜି

ଚକ୍ ଚକ୍ କରୁଥିବା ଆଉ ସେଇ ବାସନରେ 

ଆପଣାର ଲୋଚାକୋଚା ମୁହଁକୁ ପରଖୁଥିବା 

ଅତୀତକୁ ଅହରହ ଝୁରୁଥିବା ଅଣ୍ଟା ନଇଁ 

ପଡ଼ିଥିବା ମାଆଟିକୁ ଆଜି ଆସିଛି ଡାକରା 

ତା'ର ଅତି ଆପଣାର ଅପତ୍ଯବର୍ଗର 

ରକ୍ତର ଅତୁଟ ସମ୍ପର୍କୀୟ ପିଲାମାନଙ୍କର

କଡ଼ା ଇସ୍ତ୍ରୀ ହୋଇଥିବା ରେଶମୀ

ପାଟଶାଢ଼ୀ ପିନ୍ଧି ଫଟୋ ପ୍ରଦର୍ଶନୀ ପାଇଁ

ତୋଳିବାକୁ କିଛି ମର୍ମସ୍ପର୍ଶୀ ଛବି!!


ହାପି ମଦର୍ସ ଡ଼େ କମ୍ପିଟିସନ୍ ଚାଲିଛି

ସାମାଜିକ ଗଣମାଧ୍ୟମରେ ମାଆ ସହିତ 

ଫଟୋ ଉଠାଇ ନଛାଡ଼ିଲେ ସତରେ 

ଆମେ ରହିଯିବୁ ବହୁ ପଛରେ 

ଆଉ ନହେଲେ ନାହିଁ ଆଜି ଯେମିତି 

ହେଲେବି ମାଆ ସହିତ ହୃଦୟସ୍ପର୍ଶୀ ଛବିଟିଏ 

ନ ଉଠାଇଲେ ଅଧୁରା ରହିଯିବ 

ନିଶ୍ଚତ ଆମର ମାତୃପ୍ରେମ ମାତୃଭକ୍ତି 

ମହାପୁରୁଷମାନେ ଶାସ୍ତ୍ରରେ ତ କହିଛନ୍ତି 

"ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ" 

ଶାସ୍ତ୍ରକୁ କଣ ସହଜରେ ଏଡ଼ି ହେବ ?? 


ମାଆ ତ ଅନ୍ୟ ଦିନମାନଙ୍କରେ ବୋଝ 

ତା' ବୋଝ ବୋହିବାକୁ ଦରକାର ପଡ଼ିଲେ 

ଆମେ ତା'ର ଅପତ୍ଯବର୍ଗ ଉଠାଉ ଶସ୍ତ୍ର 

ମାଆ ପାଇଁ କେତେ ହିସାବ କେତେ ରକ୍ତପାତ 

ରକ୍ତାକ୍ତ ସଂଘର୍ଷ କାହିଁକି ନା ସେଇ ତ 

ଗଢିଛି ଆମକୁ ଦେଇ ତାହାର ଶୋଣିତ 

ଏଠି ଜୀବନର ମାନେ ତ ହିସାବ ହିଁ ହିସାବ 

ଲାଭରେ ସଭିଏଁ କ୍ଷତି କାହାକୁ ପସନ୍ଦ ?? 


ବିଚାରୀ ହିସାବ ଶିଖି ନଥିବା ମାଆ 

ବା କାହୁଁ ବୁଝିବ ଅବା ବୁଝିବାକୁ ଚାହିଁବ 

ଏଇ ତ ଦିନେ ନାହିଁ କାଳେ ନାହିଁ

ଗହ୍ମା ପୂର୍ଣ୍ଣମୀରେ ମାଇଁ ମାଇଁ

ଏଇ ଅଦିନିଆ ମାତୃଭକ୍ତିର କାରଣ

ତା'ର ତ ତା' ପିଲାଙ୍କ ଖୁସିରେ ଖୁସି

ସେମାନେ ଭଲରେ ରହିଲେ ସୁଖ

ସେମାନେ ଖାଇଲେ ପେଟ ପୁରିଯାଏ

ସିଏ ବା କାହିଁ କରିବ ପାତର ଅନ୍ତର

ପିଲାଙ୍କର ସିନା ମାଆ ବୋଝ

ପାଳି କରି ପୋଷିବାର ଅଛିଣ୍ଡା ହିସାବ !!



Rate this content
Log in

Similar oriya poem from Abstract