ମଦୀରାକ୍ଷୀ
ମଦୀରାକ୍ଷୀ


ଆଗେ ସଖି!
ତୁମ ଆଖି
ସମ୍ମୋହିନୀ
କୁହୁକିନୀ
ମାୟାବିନୀ
ସେ ମଦିରାକ୍ଷୀ!
ତୁମ ଆଖି
ମହୁଲି
ନହୁଲି
ନଶିଲି
ମତୁଆଲି
ସେ ମଦିରାକ୍ଷୀ!
ତୁମ ଆଖି
ପାନକରି
ସୋମରସ
ପ୍ରେମରସ
କାମରସ
ପାଲୋଟିଛି
ସେ ମଦିରାକ୍ଷୀ!
ତୁମ ଆଖି
ମଦମତ୍ତ
ପ୍ରମତ୍ତ
ପ୍ରେମାସକ୍ତ
ମନକୁ କରେ
ମୋହଗ୍ରସ୍ତ
ସେ ମଦିରାକ୍ଷୀ!
ତୁମ ଆଖି
ନୀଳ ନୀଳ
ଢଳ ଢଳ
ଛଳ ଛଳ
ଖର ଚଞ୍ଚଳ
ଖଳ ଇସାରାରେ
ଭାଙ୍ଗିଦିଏ ସନ୍ନ୍ୟାସୀର
ସଂକଳ୍ପ ସକଳ
ସେ ମଦିରାକ୍ଷୀ!
ତୁମ ଆଖି
ମମତାର ମଧୁମତୀ
କାମନାର ମଧୁଶାଳା
ପ୍ରୀତିର ଚାରୁକଳା
ପ୍ରଣୟର ରଙ୍ଗଶାଳା
ସେ ମଦିରାକ୍ଷୀ!