Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

3  

Kunja Bihari Dalai

Inspirational

ମଧ୍ୟସ୍ଥି କୁ ସାବଧାନ

ମଧ୍ୟସ୍ଥି କୁ ସାବଧାନ

1 min
172


ପିଲା ଜନ୍ମଦିନ ପାଳନ ନିମନ୍ତେ

ଦୁଇଟି ମାଆ ବିଲେଇ,

ପଡୋଶୀଙ୍କ ଘରୁ ପିଠା କଲେ ଚୋରି

ବସିଲେ ବଣ୍ଟନ ପାଇଁ।


ନିଜ ନିଜ ମଧ୍ୟେ ପିଠା ବଣ୍ଟା ବଣ୍ଟି

ଛିଣ୍ଡିଲା ନାହିଁ ସହଜେ,

ଉଗ୍ରରୂପ ନେଲା କଜିଆ ତାଙ୍କର

 କି କରିବେ ବୁଦ୍ଧି ହଜେ।


ଗଛ ପରେ ଥାଇ ବୁଢା ମାଙ୍କଡଟି

ଶୁଣୁ ଥିଲା ୟାଙ୍କ କଳି,

କହିଲା ସମାନ ବାଣ୍ଟ ମୁଁ କରିବି

ଦିଅ ମୋତେ ପିଠା ଥାଳି।


ନିକିତି ର ଦୁଇ ପାର୍ଶ୍ଵେ ଥୋଇ ପିଠା

ଓଜନ କରଇ ଯେବେ,

ଯେଉଁ ପାଖ ପଲା ହୁଅଇ ତଳକୁ

ସେଥୁ ପିଠା ଖାଏ ସେବେ।


ମାଙ୍କଡଟି ପିଠା ଖାଉଥିବା ଦେଖି

ନୀରବ ବିଲେଇ ଦୁଇ,

ନିଜ ନିଜ ଜିହ୍ୱା ଓଠରେ ବୁଲାନ୍ତି

କିଛି ପାରନ୍ତିନି କହି।


ଚାଲିଲା ଓଜନ ଚାଲେ ପିଠା ଖିଆ

ଥାଳିକ ପିଷ୍ଟକ ଶେଷ,

ପିଠା ଖାଇ ସାରି ହାକୁଟି ମାରି ସେ

ବୃକ୍ଷରେ ହୁଏ ଅଦୃଶ୍ୟ।


ଜନମ ଦିନ ତ ପାଳନ ନୋହିଲା

ଆଶା ରହିଲା ଆଶାରେ,

ପର ସଂପତ୍ତିରେ ମଉଜ'ର ଆଶା

କଷ୍ଟ ଦେଲା ହୃଦୟରେ।


କଳି କରନାହିଁ ନିଜ ନିଜ ମଧ୍ୟେ

ଶେଷ ପରିଣତି ଏହି,

ଭଦ୍ରଲୋକ ସାଜି ତୁମ ଠାରୁ ଲାଭ

ଉଠାଇବ ଅନ୍ୟ କେହି।



Rate this content
Log in

Similar oriya poem from Inspirational