Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Tragedy Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Tragedy Inspirational Others

ମଧ୍ୟବିତ୍ତ

ମଧ୍ୟବିତ୍ତ

1 min
14


କାମ ନ କଲେ ବି ମାଗଣା ମିଳୁଛି 

ଯାଚି ଦେଉଛନ୍ତି ସରକାର 

ଶ୍ରମ ଦେଇ କେହି ମୂଲ ପାଉନାହିଁ 

ଅଭାବୀ ସଂସାର ହାହାକାର ॥


ବସି ଶୋଇ ଖାଇ ମାଗଣାରେ କେତେ 

ସମୟ କାଟନ୍ତି ଅୟସରେ 

ହକ୍ ପାଇଁ କେହି ଅନଶନ କରେ 

ରାତି ଦିନ ଖରା ବରଷାରେ ॥


ମାଗଣା ଯୋଜନା ଫଳ ହେଲେ ଉଣା 

ଅଭିଯୋଗ ଘରେ ବସି ଶୋଇ 

ତକ୍ଷଣେ ସର୍କାର ନିର୍ଦ୍ଦେଶ ଦିଅନ୍ତି 

ଫଳ ଦେଇ ଆସ ଘରେ ନେଇ ॥


ଲହୁଲୁହ ମାରି ବହୁ ଶ୍ରମ ଦେଇ 

କାମ କରିଥାନ୍ତି କର୍ମଚାରୀ 

ପ୍ରାପ୍ୟ ପାଇଁ ଗଳା ଫଟେଇ କାନ୍ଦିଲେ 

ଶୁଣି ସରକାର ପଡେ ଶୋଇ ॥


ଶ୍ରମ ଯିଏ କରେ ରାଜକୋଷ ଭରେ 

ଟିକସ ଖଜଣା କର ଦେଇ 

ଭୋଗେ ପୁଣି ଦୁଃଖ ଯନ୍ତ୍ରଣା ଓ କଷ୍ଟ 

ଅର୍ଥ ଅଭାବର ବୋଝ ବୋହି ॥


ଦଳେ ଖଟୁଛନ୍ତି ଦଳେ ଲୁଟୁଛନ୍ତି 

ଦଳେ ଖାଉଛନ୍ତି ମାହାଳିଆ 

ଖଟିବା ଲୋକର ନିଅଣ୍ଟିଆ ଦୁଃଖ

ଖୁସିରେ ନାଚନ୍ତି ମାଗଣାଖିଆ ॥


ମାଗଣାରେ ଦାନ ରାଜକୋଷ ଶୂନ୍ୟ 

ଗରିବଙ୍କ ନାମେ ଲୁଟପାଟ 

ଉପରରୁ ତଳ ଭାଗ ହେଉ ହେଉ 

ହିତାଧିକାରୀର ବୁଡ଼େ ବାଣ୍ଟ ॥


ଆମ୍ବକୁ ଦେଖେଇ ଆମ୍ବଡା ଦିଅନ୍ତି 

କରି ଯୋଜନାର ହରିହାଟ 

ଦଳୀୟ ଲୋକଙ୍କୁ ମିଳିଯାଏ କିଛି 

ବିରୋଧୀଙ୍କ ପେଟେ ମାରି ନାତ ॥


ଯୋଜନା ଆଳରେ ଲୋକଙ୍କୁ ଶୋଷଣ 

କ୍ଷମତାର ଅପପ୍ରୟୋଗରେ 

ଗରିବୀ କମୁନି   ଯୋଜନା ବଢୁଛି 

ସବୁ ଚାଲେ ଖାତା କଲମରେ ॥


କାମ କଲା ଯିଏ ନାମ ନେଲା ସିଏ 

କାମ ପାଇଁ ଗାଳି ଖାଇ ଖାଇ 

କାମ ନ କଲେ ବି ଇନାମ ମିଳୁଛି 

ଅଫିସର ପ୍ରିୟପାତ୍ର ହୋଇ ॥


ଛୋଟିଆ ଚାକିରୀ ପେଟକୁ ନିଅଣ୍ଟ 

ସର୍କାରୀ ସୁବିଧା କିଛି ନାହିଁ 

ବିନା ଚାକିରୀରେ ସୁବିଧା ଅନେକ 

ଖାଦ୍ୟ ବସ୍ତ୍ର ବାସ ସବୁ ପାଇ ॥


ବିନା ପରିଶ୍ରମେ ବଞ୍ଚେ ଅଳସୁଆ 

ମାଗଣା ଯୋଜନା ଫଳ ଖାଇ 

ଧନୀ ଲାଞ୍ଚଖୋର ନୁହଁନ୍ତି କାହାର 

ମଧ୍ୟବିତ୍ତ ପାଇଁ କିଛି ନାହିଁ ॥


 କରୁଛି ଗୁହାରି ଆହେ ଦୁଃଖହାରି 

 ଦେବ ଯଦି କେବେ ପୁନର୍ଜନ୍ମ 

 ମଧ୍ୟମ ବର୍ଗରେ ଜନ୍ମ ଦେବନାହିଁ 

 ଏତିକି ମାତର ମୋର କାମ୍ୟ ॥

 



Rate this content
Log in