ମଧୁର
ମଧୁର
ଜୀବନ ଜୀଇଁବା ମଧୁର ବିହୀନ
ଦୁଃଖୀ ଜୀବନରେ ସେ ବି ମଧୁର
ମଧୁର ମଧୁର ଆହୁରି ମଧୁର
ଦୁଃଖ ସୁଖ ଭରା ମାୟା ସଂସାର ।
ମଧୁର ଲାଗଇ ହସି ହସାଇବା
ମଧୁର ନୂତନ ବନ୍ଧୁ ଯୋଡିବା
ମଧୁର'ବନ୍ଧୁରେ ଅଭିମାନ ରଖି
ମଧୁର ସମ୍ପର୍କ ବାନ୍ଧି ରଖିବା ।
ଆହୁରି ମଧୁର ଦୁଃଖ ବାଣ୍ଟିଦେବା
ଯଦି ବନ୍ଧୁ ଅଛି ଦୁଃଖିଆ ଜଣେ
ଲୁହ ଝରାଇବାବନ୍ଧୁର ଆଗରେ
ଯଦି ବନ୍ଧୁ ତୁମ ହୃଦୟ ଜିଣେ ।
କିନ୍ତୁ କୃପାଣିଆ ବନ୍ଧୁ କି' ସୁନ୍ଦର
ଗର୍ବ ଅହଂକାର ବନ୍ଧୁର ଗୁଣ
ବନ୍ଧୁ ବାନ୍ଧିଥିବା ଯୁଗ ଯୁଗ ପାଇଁ
ଯେମିତି ଜୀବନେ ତୁଣ ଓ ଲୁଣ ।
ବନ୍ଧୁ ପାଶେ ନାହିଁ ଧନ ସନମାନ
କେବଳ ସୁନ୍ଦରଭାଵ ପୀରତି
ନାରୀ କି ପୁରୁଷ ମଧୁର ବିହୀନ
ସେହି ସ୍ୱାଦ ହୀନ କୃପଣ ଜାତି ।
ରାଧାକୁ ସୁନ୍ଦରଯେମିତି କାଳିଆ
କାଳିଆକୁ ସୁନ୍ଦର ସୁଦାମା
ମା'କୁ ସୁନ୍ଦର କୋଳେ ଶିଶୁ କନ୍ୟା
ଯେମିତି ଆକାଶେ ଖେଳେ ଚନ୍ଦ୍ରମା ।
ଧରାକୁ ସୁନ୍ଦର ବନ ଉପବନ
ବନକୁ ସୁନ୍ଦର ପକ୍ଷୀଙ୍କ ରାଵ
ଆହୁରି ସୁନ୍ଦର ପରବତ ମାଳ
ପର୍ବତ ଶିଖରେ ରବିଙ୍କ ଠାବ ।
ଝର ଝର ଶବ୍ଦ ଝରକୁ ସୁନ୍ଦର
ଯେବେ ଝର ଝରି ନଦିକି ଧାଏଁ
ନଦୀ ଦେହେ ମିଶି ଝରଟି ସୁନ୍ଦର
ଯେବେ ନଦୀ ମିଶେ ସାରଗ ଦେହେ ।
ବିଶାଳ ସଂସାରେ ସକଳ ସୁନ୍ଦର
ଯଦି ମନୁଷ୍ୟରେ ସମ୍ପର୍କ ରହେ
ଆପଣା ଆଖିରେ ଦୁନିଆ ସୁନ୍ଦର
ସୁସମ୍ପର୍କ ଆସେ ଆପଣା ଛାଏଁ ।
