ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ କବିତା ମାଳାର
ସୁନ୍ଦର ଏ ଗୁଢ ଜ୍ଞାନ
ମୃଗ ତୃଣ ଖାଇ ବୁଲୁ ଥାଇ ବନ
ବାଘ ବିନାଶେ ଜୀବନ ।
ପ୍ରକୃତି କୋଳରେ ସୃଷ୍ଟି ତ ସମସ୍ତେ
ସବୁ ପ୍ରଭୁଙ୍କର ଦାନ
ତାଙ୍କରି ଦୃଷ୍ଟିରେ ସମସ୍ତେ ସମାନ
କେହି ନୁହେଁ ବଡ ସାନ ।
ଆହାର ବିହାର କରଥାନ୍ତି ସର୍ବେ
ବାଛି ନ୍ୟନ୍ତି ବାସସ୍ଥାନ
ମୁଗ ସିନା ତୁଣ କରଇ ଆହାର
ବାଘର ସିଏ ଭୋଜନ ।
ଏ ପରିପ୍ରେକ୍ଷୀରେ କିଏ ବା ରଖିବ
ମୃଗର ସେଇ ଜୀବନ
ସବଳ ସାଥିରେ ଦୁର୍ବଳ ଲଢେଇ
ମୁର୍ଖ ସହିତ ସମାନ ।
ବଳ ଅପେକ୍ଷା ଯେ ମନର ବୁଦ୍ଧିଟି
ସେଇଠି ଯେ ପ୍ରୟୋଜନ
ରକ୍ଷକ ସିଏ ବି ଢକ୍ଷକଟି ସିଏ
ତା ହାତେ ଥାଏ ଜୀବନ ।
ଖାଦକ କି କେବେ ଖାଦ୍ୟକୁ ଛାଡି କି
ବଞ୍ଚି କି ପାରିବ ଦିନ
କଳେ ବଳେ ନିଶ୍ଚେ ଖୋଜି ତା ଆହାର
କରିବ ତାକୁ ଭୋଜନ ।
ଶିକ୍ଷା ଦେଇଅଛି ଏଇ ବର୍ଣ୍ଣବୋଧ
ଜୀବନ ରଖ ଗୋପନ
ସବଳ ଆଖିରେ ଦୁର୍ବଳ ପଡିଲେ
ନିସ୍ତାର ନାହିଁ ଜୀବନ ।
ମୃଗ ତୃଣ ଖାଇ ବୁଲଇ ବନ ତ
ବୁଝ ଗୁଢ ତତ୍ତ୍ୱ ଜ୍ଞାନ
ବାଘ ବିନାଶଇ ତାର ଜୀବନ
ନୁହେଁ ଏହା ଭିତ୍ତିହୀନ ।
ନିଜ ଅନୁସାରେ ଚଳୁଥିବ ନିଜେ
ସୁରକ୍ଷା ଦେଇ ଜୀବନ
ବେଖାତିରେ କରି ଘୂରି ବୁଲୁ ଥିଲେ
ହୋଇବ ନିଶ୍ଚେ ପତନ ।