STORYMIRROR

Er Sachidananda Barik

Fantasy

3  

Er Sachidananda Barik

Fantasy

ମୌସୁମୀ

ମୌସୁମୀ

1 min
14K


ଏମିତି କାହିଁକି ଯେ !!

ମୁଁ ତ ଭିଜିବାକୁ ତୟାର ଥିଲି

ତମେ ଆସିଲେ ତ !

ତମେ ଏଥର ବି ଠକି ଦେଲ

 

ତମେ ସବୁ ଆଡେ ବୁଲୁଛ

ଆଜି ଏଠି କାଲି ଆଉ କଉଠି

ଆମ ଆଡେ ଆସିବାକୁ ତର ନାହିଁ

ମୋ କଥା ମନେ ଥିଲେ ତ !

 

ଦେଖୁନ ସେ ଟିଭି ବାଲା

ସବୁଦିନ ସକାଳ ପାହିଲେ କହୁଛି

ମୌସୁମୀ ଆସୁଛି

ଅଥଚ ତମର ଦେଖା ନାଇଁ

 

ମୁଁ ଅପେକ୍ଷା କରେ ଭିଜିବି ବୋଲି

ତମ ସ୍ପର୍ଶ ଟିକେ ପାଇବି ବୋଲି

ତମେ ଲୁଚକାଳି ଖେଳ

ତମେ ଆସନି

ଅଗାଧୁଆ ବସିଥାଏ

ଦିନ ଯାଇ ରାତି ହୁଏ

 

ଅପେକ୍ଷା କରି କରି

ଭିଜିବାର ଇଚ୍ଛା ମରିଗଲା ପରେ

ତମେ ମୋ ଘର ଅଗଣାରେ ହାଜର

 

ଦୁଲ ଦାଲ ଶବ୍ଦ କରି

କୁଆ ପଥର ମାଡ କରିବ

ତା' ପରେ ମନଇଚ୍ଛା ବର୍ଷିବ

ଭିଜିବି ନା ଭିଜିବିନି ର ଦ୍ଵନ୍ଦ୍ୱ ଭିତରେ

ଭିଜିବାକୁ ଆସିଲା ବେଳେ

ତମେ ଫେରାର !!

 

ତମର ପା ଏଠି ଅସଂଖ୍ୟ ପ୍ରେମିକ

ତମେ କଣ' ବୁଝିପାରୁନ ଏ କଥା

ଭଲ ପାଉଛି

ଟିକେ ଅଭିମାନ ତ ରହିବ ନା ...

 

ସମସ୍ତଙ୍କ ପାଇଁ ତମେ ଆସ ଠିକ ସମୟରେ

କେବଳ ମୋତେ ଛାଡି

 

ସତରେ କଣ' ମୋ ମାନ ଅଭିମାନର

ତମ ହୃଦୟରେ ଟିକେ ହେଲେ ଜାଗା ନାହିଁ ??

 

ଯଦି ଏତେ ରାଗ ମୋ ଉପରେ

ତେବେ କହୁନ ସେ ଫୁଲେଈ ବିଜୁଳିକୁ ...

ମୋ ଘର ଲୋକଙ୍କୁ ଡରେଇବା ଅପେକ୍ଷା

ମୋତେ ଶୀକାର କରୁ ...

ମୋ ନିର୍ଜୀବ ଶରୀରକୁ

ମନ ଇଚ୍ଛା ଭିଜେଇବ ତମେ

ମୋ ଆତ୍ମା ଥିବ ତମ ପାଖରେ

 

ବହୁତ କହିଦେଲି

ତମେ ପା ପକ୍କା ପ୍ରେମିକ

ତମକୁ ଆଉ କେତେ  ବୁଦ୍ଧି ଦେବି ଯେ !!!  


Rate this content
Log in

Similar oriya poem from Fantasy